ଦେଶର ୫୪ ସହରରେ ଟମାଟୋ କିଲୋପିଛା ଦାମ ୧୫୦, ଆଗାମୀ ଦିନରେ ଛୁଇଁପାରେ ୩୦୦ ଟଙ୍କା…

ନୂଆଦିଲ୍ଲୀ,୧୫।୭ : ସାରା ଦେଶରେ ଟମାଟୋ ମୂଲ୍ୟ ଆକାଶଛୁଆଁ ହୋଇଛି। ଦାମ କମିବାର ନା ନେଉ ନାହ। ଚଣ୍ଡିଗଡ଼ରେ ଏହାର ଖୁଚୁରା ମୂଲ୍ୟ କିଲୋଗ୍ରାମ ପିଛା ୩୦୦ରୁ ୩୫୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଛି। ଏଥିସହିତ ଗାଜିଆବାଦରେ ଟମାଟୋ ୨୫୦ ଟଙ୍କାରେ କିଲୋଗ୍ରାମ ବିକ୍ରି ହେଉଛି। ଏହି ସମୟରେ କୃଷି ବିଶେଷଜ୍ଞମାନେ କହିଛନ୍ତି ଯେ ଟମାଟୋ ମୂଲ୍ୟ ଆହୁରି ବୃଦ୍ଧି ହୋଇପାରେ ଏବଂ ଆସନ୍ତା ସପ୍ତାହରେ କିଲୋଗ୍ରାମ ପିଛା ୩୦୦ ଟଙ୍କା ହୋଇପାରେ।

ଟମାଟୋର ମୂଲ୍ୟ ବୃଦ୍ଧି ଯୋଗୁଁ ଲୋକମାନେ ବିରକ୍ତ ହୋଇଛନ୍ତି। ଅନେକ ଲୋକ ପନିପରିବାରେ ଟମାଟୋ ବ୍ୟବହାର କରିବା ମଧ୍ୟ ବନ୍ଦ କରି ଦେଇଛନ୍ତି। ଦେଶର ୫୪ଟି ସହରରେ ଟମାଟୋ ଦାମ କିଲୋଗ୍ରାମ ପିଛା ୧୫୦ ଟଙ୍କାରେ ପହଞ୍ଚିଛି।

ସାରା ଦେଶରେ ଟମାଟୋର ଖୁଚୁରା ମୂଲ୍ୟ ବୃଦ୍ଧି ପାଇଛି। ଜୁନ ପ୍ରଥମ ସପ୍ତାହରେ କିଲୋଗ୍ରାମ ପିଛା ୪୦ ଟଙ୍କାରୁ ହାରାହାରି ୧୦୦ ଟଙ୍କାକୁ ବୃଦ୍ଧି ପାଇଥିଲା।

ଟମାଟୋର ସର୍ବାଧିକ ମୂଲ୍ୟ ହୋଶିଆରପୁରରେ କିଲୋଗ୍ରାମ ପିଛା ୨୪୪ ଟଙ୍କା ଥିବାବେଳେ ହାପୁରରେ ୨୩୦ ଟଙ୍କା, ବାଗପାଟରେ ୨୦୦ ଟଙ୍କା, କୃଷ୍ଣନଗରରେ ୧୯୮ଟଙ୍କା, ମାନସାରେ ୧୯୭ ଟଙ୍କା ଏବଂ ବାର୍ନାଲାରେ ଶ୍ରୀ ମୁକ୍ସଟର ସାହେବ, ଆମରୋହା ଏବଂ ଗାଜିଆବାଦରେ ୧୯୦ଟଙ୍କା ରହିଛି।

Share