ପ୍ରଥମ ଥର ପାଇଁ ପାକିସ୍ତାନ ଦେଇ ଉଜ୍‌ବେକିସ୍ତାନରେ ପହଞ୍ଚିଲା କଞ୍ଚାମାଲ

ଇସ୍‌ଲାମାବାଦ,୧୮।୩: ପ୍ରଥମ ଥର ଲାଗି ଭାରତର ଘରୋଇ ବ୍ୟବସାୟୀଙ୍କ ବ୍ୟବସାୟିକ ସାମଗ୍ରୀ ପାକିସ୍ତାନ ଦେଇ ଉଜ୍‌ବେକିସ୍ତାନକୁ ରପ୍ତାନି ଲାଗି ଇସ୍‌ଲାମାବାଦ ଅନୁମତି ଦେଇଛି।

ନୂଆଦିଲ୍ଲୀ, ଇସ୍‌ଲାମାବାଦ, କାବୁଲ ଏବଂ ତାସ୍‌କେଣ୍ଟ ମଧ୍ୟରେ ବାଣିଜି୍ୟକ କାରବାରର ଏହା ଅଂଶବିଶେଷ। ଭାରତର ୧୪୦ ଟନ୍‌ ପଣ୍ୟ(କଞ୍ଚାମାଲ) ପାକିସ୍ତାନ ଅତିକ୍ରମ କରି ତୋର୍‌ଖାମ ସୀମା ଦେଇ ଆଫଗାନିସ୍ତାନ ଯାଇଥିଲା। ସେଠାରୁ ଉଜ୍‌ବେକିସ୍ତାନ ରାଜଧାନୀ ତାସକେଣ୍ଟ ପଠାଯାଇଛି। କାବୁଲରେ ଏଥିପାଇଁ ଏକ ସ୍ବତନ୍ତ୍ର ଉତ୍ସବ ଆୟୋଜନ କରାଯାଇଥିଲା। କେନ୍ଦ୍ରୀୟ ଏବଂ ଦକ୍ଷିଣ ଏସିଆ ମଧ୍ୟରେ ଆଫଗାନିସ୍ତାନକୁ ଏକ ପ୍ରମୁଖ ବାଣିଜ୍ୟ ସଂଯୋଗ କରିବାରେ ଏହା ଏକ ବଡ଼ ପଦକ୍ଷେପ ବୋଲି ଆଫଗାନ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରଣାଳୟ ମୁଖପାତ୍ର ମୌଲାନା ଜାହିର କହିଛନ୍ତି।

Share