Categories: ଜାତୀୟ

ଧର୍ମାନ୍ତରୀକରଣ ନିରୋଧୀ ଆଇନ: ପ୍ରଥମ ଦୋଷୀଙ୍କୁ ୫ ବର୍ଷ ଜେଲ

ଲକ୍ଷ୍ନୌ,୧୮।୯: ଉତ୍ତରପ୍ରଦେଶ ବେଆଇନ ଧର୍ମାନ୍ତରୀକରଣ ନିରାକରଣ ଆଇନ-୨୦୨୧ରେ ପ୍ରଥମ ଥର ପାଇଁଜଣେ ୨୬ ବର୍ଷୀୟ କାଠମିସ୍ତ୍ରୀଙ୍କୁ ଦୋଷୀସାବ୍ୟସ୍ତ କରାଯାଇଛି। ଆମ୍ରୋହା ଅଦାଲତ ଶନିବାର ତାଙ୍କୁ ଦୋଷୀସାବ୍ୟସ୍ତ କରିବା ସହ ୫ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି।

୨୦୨୧ ଡିସେମ୍ବରରେ ଏହି ନୂଆ ଆଇନ କାର୍ଯ୍ୟକାରୀ ହୋଇଥିଲା। ଆମ୍ରୋହା ଅତିରିକ୍ତ ଜିଲା ଜଜ୍‌ (ପୋକ୍ସୋ କୋର୍ଟ) କପିଳା ରାଘବ ଅଭିଯୁକ୍ତ ଅଫଜଲଙ୍କୁ ୫ ବର୍ଷ ଜେଲଦଣ୍ଡ ସହ ୪୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟ ସମ୍ପ୍ରଦାୟର ଜଣେ ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ଅଫଜଲଙ୍କୁ ଆମ୍ରୋହା ପୋଲିସ ୨୦୨୧ ଏପ୍ରିଲ ୪ରେ ଦିଲ୍ଲୀରୁ ଗିରଫ କରିଥିଲା। ନାବାଳିକାଙ୍କ ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଅଫଜଲଙ୍କ ନଁାରେ ଅପହରଣ ଏବଂ ଧର୍ମାନ୍ତରୀକରଣ ନିରୋଧୀ ଆଇନରେ ଏକ ମାମଲା ରୁଜୁ କରିଥିଲା।

Share