୨୪ ଘଣ୍ଟାରେ ଓମିକ୍ରନ୍‌ ଆକ୍ରାନ୍ତ ପାଲଟୁୁଛନ୍ତି ସୁପର ସ୍ପ୍ରେଡର୍‌ …

ଓ୍ବାଶିଂଟନ, ୧୭।୧ : କରୋନା ମହାମାରୀର ଓମିକ୍ରନ ଭାରିଆଣ୍ଟ ଯୋଗୁ ଦ୍ରୁତ ଗତିରେ ସଂକ୍ରମଣ ବୃଦ୍ଧି ପାଊଛି। ଫଳରେ ଆକ୍ରାନ୍ତ ୨୪ ଘଣ୍ଟା ମଧ୍ୟରେ ସୁପର ସ୍ପ୍ରେଡର୍‌ ପାଲଟୁଛନ୍ତି। ସଂକ୍ରମିତ ବ୍ୟକ୍ତି ୨୪ ଘଣ୍ଟା ମଧ୍ୟରେ ସଂସ୍ପର୍ଶରେ ଆସୁଥିବା ଅନ୍ୟ ଜଣକୁ ସହଜରେ ଆକ୍ରାନ୍ତ କରୁଛନ୍ତି।

ଡେଲଟା ସମେତ ଅନ୍ୟାନ୍ୟ ଭାରିଆଣ୍ଟ୍‌ କ୍ଷେତ୍ରରେ ସଂକ୍ରମଣ ବ୍ୟାପିବାକୁ ୨ ରୁ ୪ ଦିନ ସମୟ ଲାଗୁଥିବାବେଳେ ଓମିକ୍ରନ୍‌ ରେ ଶୀଘ୍ର ଏହା ହେଉଥିବା ଗବେଷଣାରୁ ଜଣାପଡ଼ିଛି। ଏକ ଅଧ୍ୟୟନ ଅନୁଯାୟୀ, ଓମିକ୍ରନ ସଂକ୍ରମିତ ବ୍ୟକ୍ତି ପୂର୍ବ ଭାରିଆଣ୍ଟ ତୁଳନାରେ ଶୀଘ୍ର କରୋନା ସ୍ପ୍ରେଡର୍‌ ହେଉଛନ୍ତି।

ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ ଫେଡେରାଲ ହେଲଥ ଏଜେନ୍ସି (ସିଡିସି) ଅନୁଯାୟୀ, କରୋନାର ଅନ୍ୟ ଭାରିଆଣ୍ଟ କ୍ଷେତ୍ରରେ ସଂକ୍ରମିତ ବ୍ୟକ୍ତିଠାରେ ଲକ୍ଷଣ ଦେଖାଯିବାର କିଛି ଦିନ ପୂର୍ବରୁ ଏବଂ ଲକ୍ଷଣ ସମାପ୍ତ ହେବାର କିଛି ଦିନ ପରେ ଅନ୍ୟଙ୍କୁ ସଂକ୍ରମଣ ହେବାର ଆଶଙ୍କା ରହିଥାଏ।

ମାତ୍ର ଓମିକ୍ରନ କ୍ଷେତ୍‌ରରେ ପ୍ରାୟ ୩ ଦିନ ମଧ୍ୟରେ ଲକ୍ଷଣ ପ୍ରକାଶ ପାଇଥାଏ। ଜଣେ ବ୍ୟକ୍ତି କେବଳ ଗୋଟିଏ ଦିନରେ ହିଁ କରୋନା ସ୍ପ୍ରେଡର୍‌ ହେବାର ଆଶଙ୍କା ରହିଥାଏ ବୋଲି ସିଡ଼ିସି ପକ୍ଷରୁ କୁହାଯାଇଛି।

Share