ନୂଆଦିଲ୍ଲୀ,୧।୯: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ମୁକାବିଲା କରିବାକୁ ପ୍ରଥମଥର ଜଣେ ମହିଳା ଆଇପିଏସ୍ଙ୍କୁ ନିଯୁକ୍ତ କରାଯାଇଛି। ଶ୍ରୀନଗର ସେକ୍ଟରରେ ଆଇପିଏସ୍ ଚାରୁ ସିହ୍ନାଙ୍କୁ ସିଆର୍ପିଏଫର ଇନସପେକ୍ଟର ଜେନରାଲ(ଆଇଜି) ଦାୟିତ୍ୱ ଦିଆଯାଇଛି। ତେବେ ଶ୍ରୀନଗର ସେକ୍ଟରରେ ଏହି ପଦବୀ ପାଇବାରେ ଚାରୁ ହେଉଛନ୍ତି ପ୍ରଥମ ମହିଳା ଆଇପିଏସ୍। ୧୯୯୬ ବ୍ୟାଚ ତେଲେଙ୍ଗାନା କ୍ୟାଡରର ଆଇପିଏସ୍ ଚାରୁ ସିହ୍ନାଙ୍କୁ ଏହା ପୂର୍ବରୁ ମଧ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଥିଲା। ଏହାପୂର୍ବରୁ ସେ ସିଆର୍ପିଏଫ୍ ବିହାର ସେକ୍ଟରର ଆଇଜି ଥିଲେ। ସେତେବେଳେ ମଧ୍ୟ ସେ ମାଓବାଦୀଙ୍କୁ କଡା ଜବାବ ଦେଇଥିଲେ।
Posted inଜାତୀୟ