Categories: ଜାତୀୟ

ଷ୍ଟାଲିନଙ୍କ ମନ୍ତ୍ରୀମଣ୍ଡଳରେ ବଡ଼ ଅଦଳବଦଳ, ଉଦୟନିଧିଙ୍କୁ ମିଳିଲା ଉପମୁଖ୍ୟମନ୍ତ୍ରୀ ପଦ

ଚେନ୍ନାଇ,୨୯।୯: ତାମିଲନାଡୁର ଏମ.କେ ଷ୍ଟାଲିନଙ୍କ ମନ୍ତ୍ରୀମଣ୍ଡଳରେ ଅଦଳବଦଳ ହୋଇଛି। ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଦିଆଯାଇଛି। ଏଥିସହ ସେଣ୍ଟିଲ ବାଲାଜୀଙ୍କୁ ପୁଣି ମନ୍ତ୍ରୀ କରାଯାଇଛି।

ଉଦୟାୟନିଧି ରବିବାର ତାମିଲନାଡୁର ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ତାମିଲନାଡୁରେ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ନେତୃତ୍ୱରେ ଡିଏମକେ ସରକାର କ୍ଷମତାକୁ ଆସିବାର ତିନି ବର୍ଷ ବିତିଗଲାଣି। ତିନି ବର୍ଷ ପରେ କ୍ୟାବିନେଟରେ ବଡ଼ ପରିବର୍ତ୍ତନ କରାଯାଇଛି।

ଗତ ତିନିବର୍ଷ ମଧ୍ୟରେ DMK ରେ ଅନେକ ପରିବର୍ତ୍ତନ ହୋଇଛି। ସେଣ୍ଟିଲ ବାଲାଜୀ ମନି ଲର୍ଣ୍ଡିଂରେ ଗିରଫ ହେବା ପରେ ଡିଏମକେ ଉପରେ ଅନେକ ପ୍ରଶ୍ନ ଉଠିଥିଲା। ତାଙ୍କୁ ଏବେ ଜାମିନ ମିଳିଛି। ବର୍ତ୍ତମାନ ଜାମିନ ମିଳିବା ପରେ ତାଙ୍କୁ ପୁଣି କ୍ୟାବିନେଟରେ ଅନ୍ତର୍ଭୁକ୍ତ କରାଯାଇଛି।

ଗତ କିଛି ମାସ ଧରି କ୍ୟାବିନେଟରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏଭଳି ପରିସ୍ଥିତିରେ ଶନିବାର ଦିନ ଏକ ବଡ ପରିବର୍ତ୍ତନ କରାଯାଇଛି ଏବଂ ଉଦୟାନିଧି ଷ୍ଟାଲିନ ତାମିଲନାଡୁର ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବେ ବୋଲି ନିର୍ଦ୍ଦେଶ ଜାରି କରାଯାଇଛି। କ୍ରୀଡ଼ା ମନ୍ତ୍ରୀ ଉଦୟନିଧିଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ତାମିଲନାଡୁ କ୍ୟାବିନେଟରୁ ତିନିଜଣ କ୍ୟାବିନେଟ ସଦସ୍ୟଙ୍କୁ ହଟାଇ ଦିଆଯାଇଛି। ଚାରି ଜଣଙ୍କୁ ସେମାନଙ୍କ ସ୍ଥାନରେ ମନ୍ତ୍ରୀ କରାଯାଇଛି। ଦୁଇଟି ନୂଆ ଚେହେରାକୁ ସୁଯୋଗ ଦିଆଯାଇଛି। କୋଏମ୍ବାଟୁର ଚେହିୟାନ ଏବଂ ରାଜେନ୍ଦ୍ରନଙ୍କ ପରି ନୂଆ ଚେହେରା ମନ୍ତ୍ରୀ କରାଯାଉଛି। ପରିବେଶ ମନ୍ତ୍ରୀ ମେୟାନାଥନଙ୍କୁ କଲ୍ୟାଣ ବିଭାଗକୁ ସ୍ଥାନାନ୍ତର କରାଯାଇଛି।

Share