ନୂଆ ରୂପରେ କଳିଙ୍ଗ ଷ୍ଟୁଡିଓ

ଭୁବନେଶ୍ୱର,୯।୧୦(ବ୍ୟୁରୋ)- ୧୯୯୯ ମହାବାତ୍ୟା ଠାରୁ ସ୍ଥାଣୁ ପାଲଟିଯାଇଥିବା ଓଡ଼ିଶାର ଏକମାତ୍ର ଫିଲ୍ମ ଶୁଟିଂ ଷ୍ଟୁଡିଓ ‘କଳିଙ୍ଗ ଷ୍ଟୁଡିଓ’ ଚଳଚଞ୍ଚଳ ହୋଇଉଠିଛି। ଧାରାବାହିକ ଓ ବିଭିନ୍ନ କାର୍ଯ୍ୟକ୍ରମର ଶୁଟିଂ ସହ ଆଗାମୀଦିନରେ ଫିଲ୍ମ ଶୁଟିଂ ପାଇଁ ନିଜକୁ ପ୍ରସ୍ତୁତ କରିଛି ଷ୍ଟୁଡିଓ। ଅଚଳ ହୋଇପଡ଼ିଥିବା ସେଟ୍‌ଗୁଡ଼ିକ ଏବେ ବ୍ୟବହାର ଉପଯୋଗୀ ହୋଇଛି। କେବଳ ଏତିକି ନୁହେଁ, ଦୁଇଟି ଚ୍ୟାନେଲ ସହ ଜଣେ ନାମୀ ପ୍ରଯୋଜକ ଏଠାରେ ନିଜର ଶୁଟିଂ ଆରମ୍ଭ କରିଛନ୍ତି। ଫଳରେ ମାସକୁ ପ୍ରାୟ ୫ଲକ୍ଷ ଟଙ୍କା ଷ୍ଟୁଡିଓରୁ ରୋଜଗାର ହେଉଛି। ଆଗୀମଦିନରେ ଅନେକ ନୂଆ କାର୍ଯ୍ୟକ୍ରମ ହାତକୁ ନିଆଯିବାକୁ ଯୋଜନା ରହିଛି। ଏହାହେଲେ କଳିଙ୍ଗ ଷ୍ଟୁଡିଓକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯାଇପାରିବ ଏବଂ ୬ ମାସ ପରେ ବର୍ଷକୁ ୧କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ରୋଜଗାର ହୋଇପାରିବ ବୋଲି ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ(ଓଏଫ୍‌ଡିସି) ଅଧ୍ୟକ୍ଷ କୁନା ତ୍ରିପାଠୀ କହିଛନ୍ତି।
୨୦୧୮ରେ ସାମାନ୍ୟ ଅଣ୍ଟା ସଳଖି ଛିଡ଼ା ହୋଇଥିବା କଳିଙ୍ଗ ଷ୍ଟୁଡିଓ ଗତ ଫନୀ ବାତ୍ୟାରେ ପୁଣିଥରେ ଭାଙ୍ଗିରୁଜି ଯାଇଥିଲା। ଷ୍ଟୁଡିଓ ଆଉକେବେ ନୂଆ ରୂପ ପାଇବ ତାହାକୁ ନେଇ ଆଶା ଆଶଙ୍କା ଲାଗି ରହିଥିଲା। ମାତ୍ର ଖୁବ୍‌ କମ୍‌ ଦିନ ମଧ୍ୟରେ ଶୁଟିଂ ପାଇଁ ଉପଯୁକ୍ତ ହୋଇପାରିଛି ଓଡ଼ିଶାର ଏହି ଐତିହାସିକ ଷ୍ଟୁଡିଓ। ଷ୍ଟୁଡିଓର ମୁଖ୍ୟ ଫାଟକଠାରୁ ଆରମ୍ଭ କରି ରାସ୍ତା ଏବଂ ଭାଙ୍ଗିରୁଜି ଯାଇଥିବା ଏଡିଟିଂ ରୁମ୍‌ ଓ ଡବିଂ ବୁଥ୍‌ ସବୁକିଛି ନୂଆ ରୂପ ପାଇବ। ନୂଆ କରି ନିର୍ମାଣ ହୋଇଥିବା ଜମିଦାର୍‌ ଘର, କଟେଜ୍‌ ଓ ଭିଲେଜ୍‌ କମ୍ପ୍ଲେକ୍ସ ଗତ ଫନି ବାତ୍ୟାରେ ଭାଙ୍ଗି ଯାଇଥିବା ବେଳେ ତାହାକୁ ପୁଣିଥରେ ସଜଡ଼ା ଯାଇଛି। ଉନ୍ନତିକରଣ କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇ ତ୍ରିପାଠୀ ଧରିତ୍ରୀକୁ କହିଛନ୍ତି, ଷ୍ଟୁଡିଓ ପରିସରରେ ଏକ ନୂତନ ବସ୍‌ ଷ୍ଟପ୍‌ ସହ ରେଲେଓ୍ବେ ଷ୍ଟେସନ ନିର୍ମାଣ କରାଯାଉଛି। ସେହିଭଳି ଶୁଟିଂ ପାଇଁ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏକ ପୋଖରୀ ଓ ବସ୍ତି କରାଯିବାର ଯୋଜନା ରହିଛି। କଳାକାର ଏବଂ କର୍ମଚାରୀମାନଙ୍କ ଖାଇବା ପିଇବା ଲାଗି ଏହାମଧ୍ୟରେ ବ୍ୟବସ୍ଥା ନଥିବାରୁ ଏକ ମଲ୍ଟିପର୍‌ପୋଜ୍‌ ରେଷ୍ଟୁରାଣ୍ଟ ନିର୍ମାଣ କରାଯାଉଛି। ଏଠାରେ ଲୋକେ ବସି ଖାଇବା ସହ ଶୁଟିଂ କାର୍ଯ୍ୟରେ ମଧ୍ୟ ବ୍ୟବହାର କରାଯାଇପାରିବ। ଟେକ୍ନିସିଆନ୍‌ମାନେ ରହିବା ପାଇଁ ଏକ ଡର୍ମିଟୋରୀ ପ୍ରସ୍ତୁତ କରାଯାଉଛି। ଷ୍ଟୁଡିଓର ପ୍ରବେଶ ଓ ପ୍ରସ୍ଥାନ ପଥର ସୌନ୍ଦର୍ଯ୍ୟକରଣ କରାଯିବ। ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ(ଓଏସ୍‌ଆଇସି) ଷ୍ଟୁଡିଓର ନବୀକରଣ କାର୍ଯ୍ୟ କରୁଥିବା ବେଳେ ପୂର୍ତ୍ତ ବିଭାଗ ରାସ୍ତା ନିର୍ମାଣ କରୁଛି। ଆଧୁନିକରଣ ଏବଂ ପୁନରୁଦ୍ଧାର ସହିତ ପୁରୁଣା ଯନ୍ତ୍ରପାତି ଓ ଆବଶ୍ୟକୀୟ ସରଞ୍ଜାମକୁ ନେଇ ମ୍ୟୁଜିୟମ୍‌ କରାଯିବ। ରେକର୍ଡିଂ ରୁମ୍‌କୁ ନିଜ ଅଧିନକୁ ଆଣି ଓଏଫ୍‌ଡିସି ଏହାର ଉନ୍ନତୀକରଣ କରିବ ଏବଂ ଭଡ଼ାରେ ଲଗାଇବ। ସେହିଭଳି ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଡବିଂ ବୁଥ୍‌କୁ ସଜଡ଼ା ଯାଇ ଏହାକୁ ଏକ ଫ୍ଲୋର୍‌ର ରୂପ ଦିଆଯିବ। ବର୍ତ୍ତମାନ ଥିବା ଦୁଇଟି ଫ୍ଲୋର୍‌କୁ ଦୁଇଟି ଚ୍ୟାନେଲ ନେଇଥିବା ବେଳେ ଆଗକୁ ଆଉ ଦୁଇଟି ନୂତନ ଫ୍ଲୋର୍‌ ନିର୍ମାଣ କରାଯିବ। ସେହିଭଳି ଆଗକୁ ଟେଲିଭିଜନ୍‌ ଶୁଟିଂଠାରୁ ଆରମ୍ଭ କରି ଚଳଚ୍ଚିତ୍ର ନିର୍ମାଣ ଏବଂ ଆଲ୍‌ବମ୍‌ ଶୁଟିଂ ପାଇଁ ମଧ୍ୟ ଯୋଜନା କରାଯାଇଛି। ଓଏଫ୍‌ଡିସି ନିକଟରେ ଏବେ ୪କୋଟି ବଜେଟ ଥିବାବେଳେ ତାହାକୁ ଏହି ଉନ୍ନତିମୂଳକ କାର୍ଯ୍ୟରେ ଲଗାଯିବ। ତେବେ ସମସ୍ତ କାର୍ଯ୍ୟ ବିନା ଟେଣ୍ଡରରେ ସରକାରୀ ସଂସ୍ଥା ଦ୍ୱାରା କରାଯାଉଥିବାରୁ ସ୍ବଚ୍ଛତା ଅବଲମ୍ବନ ହେଉଥିବା ତ୍ରିପାଠୀ କହିଛନ୍ତି। ସେହିଭଳି ଷ୍ଟୁଡିଓରୁ ହେଉଥିବା ଲାଭାଂଶକୁ ତାହାର ଉନ୍ନତିକରଣ କାର୍ଯ୍ୟରେ ଲଗାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲି ପୋଲିସର ଭୁବନେଶ୍ୱରରେ ବଡ଼ ବୈଠକ, ଯୋଗଦେବେ…

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ସୃଷ୍ଟିହେଲା ୨ଟି ଘୂର୍ଣ୍ଣିବଳୟ, ୧୨ଜିଲାରେ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୧।୯: ବଙ୍ଗୋପସାଗର ଓ ତତ୍‌ ସଂଲଗ୍ନ ଅଞ୍ଚଳରେ ୨ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ୨୩ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri