ଗୋଦାମ ରେ ଅଗ୍ନିକାଣ୍ଡ: ଘରୁ ଜିନିଷପତ୍ର ନେଇ ଦୌଡିଲେ ଲୋକେ

ରାଉରକେଲା,୧୫/୩(ସଂଗୀତା ଜେନା): ବିଳମ୍ବିତ ରାତିରେ ରାଉରକେଲାରେ ଅଗ୍ନିକାଣ୍ଡ ଘଟିଛି।
ରାଉରକେଲାର ଗାନ୍ଧୀ ରୋଡ ବସ୍ତିରେ ଥିବା ସୁରେଶ ଭାଙ୍ଗରଙ୍କ ଗୋଦାମରେ ଅପରାହ୍ନ ପ୍ରାୟ ୨ଟା ସମୟରେ ହଠାତ୍‌ ଅଗ୍ନିକାଣ୍ଡ ଘଟିଥିଲା। ଘଟଣାସ୍ଥଳରୁ ସ୍ଥାନୀୟ ଲୋକମାନେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛି। ୩ ଘଣ୍ଟା ଧରି ଲାଗି ରହିଥିବା ଅଗ୍ନିକାଣ୍ଡ ଯୋଗୁ ଆଖପାଖର ଲୋକମାନେ ଭୟଭୀତ ହୋଇଯାଇଥିଲେ। ଅନେକ ଲୋକ ଘରୁ ମୂଲ୍ୟବାନ ଜିନିଷପତ୍ର ନେଇ ଦୌଡି ପଳାଇବାକୁ ଲାଗିଥିଲେ। ୫ ଜଣ ଅଗ୍ନିଶମ ବାହିନୀ କର୍ମଚାରୀ ଆସିବା ପରେ ମଧ୍ୟ ନିଆଁକୁ ନିୟନ୍ତ୍ରଣ କରାଯାଇ ପାର ିନ ଥିଲା। ହୋଲି ଦିନ ଏହି ହଠାତ୍‌ ଅଗ୍ନିକାଣ୍ଡକୁ ନେଇ ଲୋକଙ୍କ ମଧ୍ୟରେ ଅନେକ ପ୍ରକାରର କଥା ଶୁଣାଯାଉଛି। କିଏ ଏହି ଅଗ୍ନିକାଣ୍ଡ ପାଇଁ ଷଡ଼ଯନ୍ତ୍ର କରିଥିଲା, ତାହା ପୋଲିସ ତଦନ୍ତ କରିବ ବୋଲି କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିର ଭିତରେ ପଶିଲା ସ୍ପାଏ କ୍ୟାମେରା: ଯୁବକଙ୍କୁ ଗିରଫ ପରେି ଜେରା

ପୁରୀ,୧୬।୩: ଶ୍ରୀମନ୍ଦିର ଭିତରେ ପଶିଲା ସ୍ପାଏ କ୍ୟାମେରା। ସ୍ପାଏ କ୍ୟାମେରାରେ ସୁଟିଂ ବେଳେ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ସେ ହେଲେ ୨୬ ବର୍ଷୀୟ ଭାସ୍କର...

ରାଜନୈତିକ ବିବାଦ: ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରତିନିଧିଙ୍କୁ ଆକ୍ରମଣ କଲେ ସରପଞ୍ଚଙ୍କ ସମର୍ଥକ

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଏମପି ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରତିନିଧିଙ୍କୁ ଆକ୍ରମଣ। ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗଡଗୋବିନ୍ଦପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବ୍ରହ୍ମପୁର ଏମପି...

ଗୁଣିଗାରେଡ଼ି ସନ୍ଦେହ: ନାବାଳକଙ୍କ ଛୁରାମାଡ଼ରେ ଜଣେ ଗୁରୁତର

ରେଢ଼ାଖୋଲ,୧୩।୧୬: ଗୁଣିଗାରେଡ଼ି ସନ୍ଦେହରେ ଛୁରାମାଡ଼ରେ ଜଣେ ଗୁରୁତର ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲା ଚାରମାଳ ଅଞ୍ଚଳରେ। ସବୁଠୁ ବଡ଼କଥା ହେଲା ଜଣେ...

ଆରପାରିରେ ବିଶିଷ୍ଟ କବି ପଦ୍ମଭୂଷଣ ରମାକାନ୍ତ ରଥ

ଭୁବନେଶ୍ୱର,୧୬।୩: ଆରପାରିରେ ବିଶିଷ୍ଟ କବି ପଦ୍ମଭୂଷଣ ରମାକାନ୍ତ ରଥ। ୯୧ ବର୍ଷ ବୟସରେ ଭୁବନେଶ୍ବର ଖାରବେଳନଗର ବାସଭବନରେ ତାଙ୍କର ଦେହନ୍ତେ ହୋଇଛି। ସନ୍ଦିଗ୍ଧ ମୃଗୟା, ସପ୍ତମ...

ବୁଦ୍ଧବିହାରରେ ଛୁରାମାଡ଼: ୨ଯୁବକ ଗୁରୁତର

ଭୁବନେଶ୍ବର,୧୫।୩: ଭୁବନେଶ୍ବର ବୁଦ୍ଧବିହାରରେ ଶନିବାର ରାତିରେ ଛୁରାମାଡ଼ ହୋଇଛି। ଛୁରାମାଡ଼ରେ ୨ଜଣ ଯୁବକ ଗୁରୁତର ହୋଇଛନ୍ତି। ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୂର୍ବ ଶତ୍ରୁତାକୁ...

ବିଦ୍ୟୁତ୍‌ ତାର ଚୋରି କରିବା ପଡ଼ିଲା ମହଙ୍ଗା

ଟିଟିଲାଗଡ଼୧୫।୩(ଶରତ ମିଶ୍ର): ବିଦ୍ୟୁତ୍‌ ତାର ଚୋରି କରିବା ଅଭିଯୋଗରେ ଟିଟିଲାଗଡ଼ ଥାନା ପୋଲିସ ଶନିବାର ୫ଜଣଙ୍କୁ ଗିରଫ କରଛି। ଗିରଫ ଅଭିଯୁକ୍ତମାନେ ହେଲେ କଳାହାଣ୍ଡିର ନିରାକାର...

ହୋଲି ଖେଳି ସେଲ୍‌ଫି ନେଉଥିଲେ ଦୁଇ ଯୁବକ, ଜଳସ୍ରୋତରେ ଭାସିଗଲେ

କୋଟପାଡ଼,୧୫ା୩(ରାଜଶେଖର): କୋରାପୁଟ ଜିଲା କୋଟପାଡ଼ ଗୁଲମୀ ପିକ୍‌ନିକ୍‌ ସ୍ପଟରେ ଗାଧୋଇବାକୁ ଯାଇ ସେଲ୍‌ଫି ନେବା ସମୟରେ ଗଡ଼ ଖୋସି ଛତିଶଗଡ଼ ଜଗଦଳପୁର କୁମାର ପାରା ଅଞ୍ଚଳର...

କପିଳେଶ୍ୱରଦେବଙ୍କ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ

ନିରାକାରପୁର,୧୬।୩(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଡିଆ ପଞ୍ଚାୟତ ବିଜେଡିଆରେ ଅବସ୍ଥିତ ଶ୍ରୀ କପିଳେଶ୍ୱରଦେବଙ୍କ ଅଶୋକାଷ୍ଟମୀ ପବିତ୍ର ରଥଯାତ୍ରା ଉପଲକ୍ଷେ ପାରମ୍ପରିକ ରୀତିନୀତିରେ ଶନିବାର ରଥକାଠ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image