ଆଫଗାନିସ୍ତାନରେ ୩୦ ପ୍ରତିଶତ ବହି ଦୋକାନ ବନ୍ଦ…

କାବୁଲ,୧୩।୮ : ଅଫଗାନିସ୍ତାନରେ ପୁସ୍ତକ ବିକ୍ରେତାଙ୍କ ସମସ୍ୟାକୁ ଆକଳନ କରିବା ପାଇଁ ଗଠିତ ଏକ ଆୟୋଗ ପ୍ରକାଶ କରିଛି ଦେଶରେ ୩୦ ପ୍ରତିଶତ ପୁସ୍ତକ ବିକ୍ରେତା ଭଲ ବଜାର ଅଭାବରୁ ବ୍ୟବସାୟ ବନ୍ଦ କରି ଦେଇଛନ୍ତି।
ଟୋଲୋ ନ୍ୟୁଜକୁ ସୂଚନା ଦେଇ ଆୟୋଗର ସଦସ୍ୟ ଅବଦୁଲ ଭୋଡ ମୁଖାର୍ଜାଦା କହିଛନ୍ତି ବିକ୍ରେତାମାନେ ମଧ୍ୟ ଅଧିକ ଟିକସର ଚାପ ସେମାନଙ୍କ ଉପରେ ରହୁଥିବା ଅଭିଯୋଗ କରିଛନ୍ତି। ଯାହା ସେମାନଙ୍କ ବ୍ୟବସାୟ ହ୍ରାସ ପାଉଥିବାରୁ ସେମାନଙ୍କୁ ଦେୟ ଦେବା କଷ୍ଟକର ହୋଇପଡିଛି।

ବହୁ ପୁସ୍ତକ ବିକ୍ରେତା ଚିନ୍ତା ପ୍ରକଟ କରିଛନ୍ତି ଆଫଗାନିସ୍ତାନରେ ପୁସ୍ତକ ପଢ଼ିବାର ସଂସ୍କୃତି କ୍ଷୀଣ ହୋଇଯାଉଛି। ଆମେ ପୂର୍ବରୁ ଦିନକୁ ୫୦୦ ରୁ ଅଧିକ ପୁସ୍ତକ ବିକ୍ରି କରୁଥିଲୁ ଏବଂ ଆମର ୨୦୦ ଲାଇବ୍ରେରିଆନ ଥିଲେ। କିନ୍ତୁ ବର୍ତ୍ତମାନ ମୁଁ କହିପାରିବି ଯେ ସେମାନଙ୍କ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି। ।

ବାଳିକାଙ୍କ ପାଠ ପଢ଼ିବା ଉପରେ କଟକଣା ଯୋଗୁ ଛାତ୍ରୀଙ୍କ ଅଭାବ ଯୋଗୁ ବଜାରରେ ସଙ୍କଟ ଜନକ ସ୍ଥିତି ଉପୁଜିଛି। ଜଣେ ପୁସ୍ତକ ବିକ୍ରେତା ଶରିଫୁଲ୍ଲା କହିଛନ୍ତି, ବିଶ୍ୱବିଦ୍ୟାଳୟରେ ଛାତ୍ରୀଙ୍କ ଉପସ୍ଥିତି ଅଭାବରୁ ସମସ୍ୟା ଦେଖାଦେଇଛି। ଏହି ପ୍ରସଙ୍ଗ ପୁସ୍ତକ ବ୍ୟବସାୟ ଉପରେ ମଧ୍ୟ ପ୍ରଭାବ ପକାଉଛି।

Share