ଆଇଏସ୍‌ର ଶିୟା ମୁସଲମାନଙ୍କୁ ଟାର୍ଗେଟ: ଯେଉଁଠି ଥିଲେ ବି ଖୋଜି ବାହାର କରିବୁ

କାବୁଲ,୧୭ ।୧୦: ଆଫଗାନିସ୍ତାନରେ ତାଲିବାନ ଶାସନ ଗାଦି ମାଡି ବସିବା ପରେ ଏବେ ସେ ଶିୟା ମୁସଲମାନଙ୍କୁ ଟାର୍ଗେଟ କରିଛି । ଲଗାତାର ଭାବେ ଏମାନଙ୍କ ଉପରେ ଆକ୍ରମଣ ହୋଇ ଚାଲିଛି । କାନ୍ଦାହାର ଓ କୁନ୍ଦୁଜ ଅଞ୍ଚଳରେ ଥିବା ଶିୟା ମସଜିଦରେ ଗତ ୨ ସପ୍ତାହ ହେବ ଲଗାତାର ଆକ୍ରମଣ ଫଳରେ ୧୬୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଗଲାଣି । ଶହ ଶହ ଶହ ଲୋକ ଆହତ ହୋଇଛନ୍ତି । ଏହି ସମୟରେ ଆଇଏସ୍‌ର ଧମକ ସାମ୍ନାକୁ ଆସିଛି । ଆଇଏସ୍ କହିଛି ଶିୟା ମୁସଲମାନ ଯେଉଁଠିବି ରହିବେ ଆମେ ଖୋଜି ବାହାର କରି ସେମାନଙ୍କୁ ମାରିଦେବୁ । ଆତଙ୍କବାଦୀ ସଙ୍ଗଠନ ଅଲ-ନବା ପକ୍ଷରୁ ଏହି ଚେତାବନୀ ଜାରି କରାଯାଇଛି । ଏଥିରେ ଲେଖାଯାଇଛି କି ଶିୟା ମୁସଲମାନ ବହୁ କ୍ଷତିକାରକ, ସେମାନଙ୍କୁ ସବୁଠି ଟାର୍ଗେଟ କରାଯାଉଛି । ଆଉ ସେମାନଙ୍କୁ ଖୋଜି ବାହାର କରି ମାରି ଦିଆଯିବ । ଏବେ ଆଫଗାନିସ୍ତାନ ଆତଙ୍କବାଦୀଙ୍କ ଗଡ ହୋଇଯାଇଛି ବୋଲି କୁହାଗଲାଣି । ପ୍ରଥମରୁ ବିଶ୍ୱ ସମୁଦାୟ ଚିନ୍ତାରେ ଥିଲେ କି ତାଲିବାନ ହାତକୁ ଆସିବା ପରେ ଆଫଗାନିସ୍ତାନ ଆତଙ୍କବାଦୀଙ୍କ ଗଡ ନ ହେଉ । ହେଲେ ଏବେ ଏହା ଆତଙ୍କବାଦୀଙ୍କ ଗଡ ପାଲଟିଯାଇଛି ।

Share