ଏସବୁ ଅଞ୍ଚଳରେ ଆଇସ୍‌ କ୍ରିମ୍‌-କୋଲ୍ଡ୍‌ ଡ୍ରିଙ୍କ୍ସ୍‌ ବ୍ୟାନ୍‌…

ନୂଆଦିଲ୍ଲୀ, ୨୯।୪: କରୋନା ସଂକ୍ରମଣ ଯୋଗୁ ଦେଶରେ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏପରିସ୍ଥଳେ ଦେଶର କେତେକ ଗ୍ରାମ ପଞ୍ଚାୟତରେ ଆଇସ୍‌ କ୍ରିମ୍‌ ଏବଂ କୋଲ୍ଡ୍‌ ଡ୍ରିଙ୍କ୍ସ୍‌କୁ ବ୍ୟାନ୍‌ କରାଯାଇଛି। ଏହା ସହିତ ବାହାର ଲୋକଙ୍କ ପ୍ରବେଶ ଉପରେ ମଧ୍ୟ କଟକଣା ଜାରି ହୋଇଛି। ସେହିପରି କେତେକେ ଗ୍ରାମ ପଞ୍ଚାୟତରେ ଦହି, ଚିପ୍ସ୍‌, ଫ୍ରୁଟ୍‌ ଜୁସ୍‌ ,ବିସ୍କୁଟ୍‌ ଆଦିର ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି। ଖରାଦିନେ ଆଇସ୍‌ କ୍ରିମ୍‌-କୋଲ୍ଡ୍‌ ଡ୍ରିଙ୍କ୍ସ୍‌ର ଚାହିଦା ରହିଥିଲେ ମଧ୍ୟ ବିକ୍ରି କମ୍‌ ହେଉଥିବାରୁ ସମ୍ପୃକ୍ତ କମ୍ପାନୀଙ୍କ ମଧ୍ୟରେ ଭାଳେଣି ପଡ଼ିଛି। ଗ୍ରାମୀଣ ଅଞ୍ଚଳରେ ଲୋକେ ସଂକ୍ରମଣରୁ ଦୂରେଇ ରହିବା ଲାଗି ସୁରକ୍ଷା ଦୃଷ୍ଟିରୁ ଦୋକାନ ଖୋଲିବା ସମୟ ସକାଳ ୭ରୁ ପୂର୍ବାହ୍ନ ୯ଟା ପର୍ଯ୍ୟନ୍ତ ଧାର୍ଯ୍ୟ କରିଛନ୍ତି। ଏହାର ଉଲ୍ଲଂଘନ କରୁଥିବା ଅମାନିଆଙ୍କ ଉପରେ ୫୦୦ ଜରିମାନା ଦଣ୍ଡାଦେଶ କରାଯାଉଛି। କରୋନା ସଂକ୍ରମଣ ନେଇ ସହରବାସୀଙ୍କ ତୁଳନାରେ ଗ୍ରାମୀଣ ଅଞ୍ଚଳର ଲୋକେ ଅଧିକ ସଚେତନ ରହୁଥିବାରୁ ଦେଖିବାକୁ ମିଳୁଛି।

Share