ଏହି ସବୁ ଜିଲାରେ କୋହଳ ହେଲା କଟକଣା

ଭୁବନେଶ୍ୱର,୩୦।୫(ବ୍ୟୁରୋ): ପୁଣି ୧୬ ଦିନ ପାଇଁ ଲକ୍‌ଡାଉନ ବଢ଼ାଇଛନ୍ତି ରାଜ୍ୟ ସରକାର। ଜୁନ ୧ ତାରିଖରେ ଲକ୍‌ଡାଉନ ଶେଷ ହେବାର ଥିଲା। କିନ୍ତୁ କରୋନା ସଂକ୍ରମଣର ହାରକୁ ଦେଖି ଓଡ଼ିଶାରେ ପୁଣି ଥରେ ବଢାଇ ଦିଆଯାଇଛି ଲକ୍‌ଡାଉନ ଅବଧି। ଲକ୍‌ଡାଉନ୍‌ ବେଳେ ପୂର୍ବରୁ ଜାରି ସମସ୍ତ କଟକଣା ବଳବତ୍ତର ରହିବ।

ସଂକ୍ରମଣ କମୁଥିବା ୩ ଟି ଜିଲାରେ ଲକଡାଉନ୍‌ କଟକଣାକୁ ସାମାନ୍ୟ କୋହଳ କରାଯାଇଛି। ସେହି ଜିଲା ଗୁଡ଼ିକ ହେଲା ନୂଆପଡ଼ା, ଗଜପତି ଓ ସୁନ୍ଦରଗଡ଼। ଏହି ୩ଟି ଜିଲାରେ ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ସବୁ ଦୋକାନ ଖୋଲା ରହିବ। କିନ୍ତୁ କେବଳ ସେଲୁନ୍‌, ସ୍ପା ଓ ମଲ୍‌ ଆଦି ବନ୍ଦ ରହିବ। ଆଗାମୀ ଦିନରେ ଯଦି ଏ ସବୁ ଜିଲାରେ ସଂକ୍ରମଣ ପୁଣି ବଢ଼େ, ତେବେ ପୁଣି କଟକଣା ଲାଗୁ ହେବ। ବାକି ୨୭ ଜିଲାରେ ସଂକ୍ରମଣ କମିଲେ ପର୍ଯ୍ୟାୟ କ୍ରମେ କଟକଣା କୋହଳ ହେବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି।

Share