Categories: ଜାତୀୟ

ରାମ ସବୁଥିରେ, ରାମ ନାମ ହିଁ ସାର: ଟୁଇଟ୍‌ କଲେ ପ୍ରିୟଙ୍କା

ଅଯୋଧ୍ୟା, ୪।୮: ରାମମନ୍ଦିର ଭୂମି ପୂଜନ ଆଉ ଗୋଟିଏ ଦିନ ପରେ ଅଗଷ୍ଟ ୫ରେ ହେବ। ଅଯୋଧ୍ୟା ଏନେଇ ଉତ୍ସବ ମୁଖର ହୋଇ ଉଠିଛି। ଏପରିସ୍ଥଳେ କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କର ଟୁଇଟ୍‌ ନେଇ ଏବେ ଚର୍ଚ୍ଚା ଜାରି ରହିଛି। ପ୍ରିୟଙ୍କା ଟୁଇଟ୍‌ କରି କହିଛନ୍ତି ଯେ ସବୁଥିରେ ରାମ ଅଛନ୍ତି। ରାମ ନାମ ହିଁ ସାର। ସରଳତା, ସାହସ, ସଞ୍ଜମତା, ବଚ୍ଚନବଦ୍ଧତା ହିଁ ଦୀନବନ୍ଧୁ ରାମଙ୍କ ପ୍ରତିଫଳିତ ଛବି। ଭଗବାନ ରାମ, ମାତା ସୀତାଙ୍କ କୃପା ସହାୟତାରେ ରାମଲଲାଙ୍କ ମନ୍ଦିରର ଭୂମି ପୂଜନ ଉତ୍ସବ ରାଷ୍ଟ୍ରୀୟ ଏକତା, ବନ୍ଧୁତ୍ୱ ଏବଂ ସାଂସ୍କୃତିକ ଐତିହ୍ୟକୁ ବିକଶିତ କରୁ ବୋଲି ପ୍ରିୟଙ୍କା କହିଛନ୍ତି। ପ୍ରିୟଙ୍କାଙ୍କର ଟୁଇଟ୍‌ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share