ଏସବୁ ଜିଲାରେ କାଳବୈଶାଖୀ : ୩ ଘଣ୍ଟା ପାଇଁ ଆଲର୍ଟ ଜାରି

ଭୁବନେଶ୍ୱର,୩।୫(ବ୍ୟୁରୋ): ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏପରିକି ଓଡ଼ିଶାର ୧୦ ଜିଲାକୁ ଆଲର୍ଟ ଜାରି କରାଯାଇଛି । ସେହି ଜିଲାଗୁଡ଼ିକ ହେଲା କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ନୂଆପଡା, ବଲାଙ୍ଗୀର, ବରଗଡ଼, ଝାରସୁଗୁଡା, ଅନୁଗୋଳ, ଦେବଗଡ଼, ଢେଙ୍କାନାଳ। ଏ ସବୁ ଜିଲାରେ କାଳବୈଶାଖୀ ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି । ଘଡ଼ଘଡ଼ି ସହ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି। ଆଗାମୀ ୩ ଘଣ୍ଟା ପାଇଁ ଏସବୁ ଜିଲାକୁ ଆଲର୍ଟ ଜାରି ହୋଇଛି। ପରେ ତାତିରେ ସାମାନ୍ୟ ତ୍ରାହି ମିଳିବା ନେଇ କୁହାଯାଇଛି।

Share