ନୂଆଦିଲ୍ଲୀ,୧।୨: ଦେଶରେ କରୋନା ସ୍ଥିତି ସୁଧୁରୁଥିବାରୁ ବିଭିନ୍ନ ରାଜ୍ୟରେ ମଙ୍ଗଳବାର ପ୍ରଥମରୁ ଦଶମ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ କରୋନା କଟକଣା ମଧ୍ୟରେ ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ତେଲେଙ୍ଗାନା, ହିମାଚଳ ପ୍ରଦେଶରେ ଆଜିଠୁ ସ୍କୁଲ ଖୋଲିବ । ସ୍କୁଲ ସହ ହଷ୍ଟେଲ ମଧ୍ୟ ଖୋଲିବକୁ ନିଷ୍ପତ୍ତି ହୋଇଛି । ଛାତ୍ରୀଛାତ୍ରମାନେ ଯେପରି ସୁସ୍ଥ ରହିବେ ସେନେଇ ଉଭୟ ଅଭିଭାବକ ଓ ସ୍କୁଲ କର୍ତ୍ତୁପକ୍ଷ ଦାୟିତ୍ୱ ନେବେ । ସାମାନ୍ୟ ଅସୁସ୍ଥ ହେଲେ ସ୍କୁଲ ଆସିବା ଆବଶ୍ୟକ ନାହିଁ । ଅଫ୍ଲାଇନ କ୍ଲାସ ସହ ଅନ୍ଲାଇନ କ୍ଲାସ ବି ଜାରି ରହିବ । ଯେଉଁମାନେ ଅନ୍ଲାଇନ କ୍ଲାସ କରିବାକୁ ଚାହୁଁଛନ୍ତି ସେମାନେ କରିପାରିବେ।