ସାନ ଫ୍ରାନ୍ସିସ୍କୋରେ ଥିବା ଚାଇନା ବାଣିଜ୍ୟ ଦୂତାବାସ ଉପରେ ଆକ୍ରମଣ

ସାନ ଫ୍ୟାନ୍ସିସ୍କୋ,୧୦।୧୦: ଆମେରିକାର ସାନ ଫ୍ରାନ୍ସିସ୍କୋରେ ଥିବା ଚାଇନାର କନସୁଲେଟ ନିକଟରେ ସୋମବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଏକ କାର ଚାଇନା ଦୂତାବାସରେ ପ୍ରବେଶ କରି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଘଟଣା ପରେ ସାନ ଫ୍ରାନ୍ସିସ୍କୋ ପୋଲିସ ସନ୍ଦିଗ୍ଧଙ୍କ ଉପରକୁ ଗୁଳି ଚଳାଇଥିଲା, ପୋଲିସ ଘଟଣା ସମ୍ପର୍କରେ ଅଧିକ ସୂଚନା ଦେଇନାହିଁ।
ସାନ ଫ୍ରାନ୍ସିସ୍କୋ ପୋଲିସ ଏକ ବୟାନରେ କହିଛି ଯେ ଦୁର୍ଘଟଣାସ୍ଥଳରେ ଅଧିକାରୀମାନେ ସନ୍ଦିଗ୍ଧଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହି ଅଞ୍ଚଳରେ ବହୁ ପରିମାଣରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ଏବଂ ପୋଲିସ ଲୋକଙ୍କୁ ଦୁର୍ଘଟଣାସ୍ଥଳରୁ ଦୂରରେ ରହିବାକୁ ଅନୁରୋଧ କରିଛି। ଏକ ଭିଡିଓ ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଚାଛନା କନସୁଲେଟ ବା ବାଣିଜ୍ୟ ଦୂତାବାସ ନିକଟରେ ଭିସା କାର୍ଯ୍ୟାଳୟରେ ଏକ କାର କିପରି ପିଟି ହୋଇଛି।

ଭିଡ଼ିଓରେ ଦେଖିବାକୁ ମିଳିଛି ଯେ ଅଫିସରେ ହୋଣ୍ଡା ସେଡାନ କାର କିପରି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣା ପରେ ପୋଲିସ କୋଠାକୁ ଚାରିପାଖେ ଘେରି ରହିଥିଲା। ଆସନ୍ତୁ ଆପଣଙ୍କୁ କହିବା ଯେ ପିପୁଲ୍ସ ରିପବ୍ଲିକ ଅଫ ଚାଇନାର କନସୁଲେଟ ଜେନେରାଲ ସାନ ଫ୍ରାନ୍ସିସ୍କୋର ଏକ ପ୍ରମୁଖ ରାସ୍ତାରେ ଅବସ୍ଥିତ।

Share