ଆନ୍ଧ୍ରପ୍ରଦେଶ,୧୧।୫: ଆନ୍ଧ୍ରପ୍ରଦେଶରେ ହେବାକୁ ଥିବା ବୋର୍ଡ ଅଫ୍ ଇଣ୍ଟରମିଡିଏଟ୍ ପରୀକ୍ଷା ସ୍ଥଗିତ। ବାତ୍ୟାକୁ ‘ଅସାନି’ଦୃଷ୍ଟିରେ ରଖି ବୋର୍ଡ ଏଭଳି ନିଷ୍ପତ୍ତି ନିଆଯାଇଛି। ଆଜି ହେବାକୁ ଥିବା ପରୀକ୍ଷା ୨୫ ତାରିଖକୁ ଘୁଞ୍ଚାଯାଇଛି।
ଅନ୍ୟପଟେ, ଦୁର୍ବଳ ହେବାରେ ଲାଗିଛି ଭୀଷଣ ବାତ୍ୟା ‘ଅସାନି’। ଦୁର୍ବଳ ହୋଇ ବାତ୍ୟାରେ ପରିଣତ ହୋଇଛି। ଗତ ୬ ଘଣ୍ଟାରେ ଏହା ୧୨ କିମି ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି ।