Categories: ଜାତୀୟ

କ୍ରୋଧରେ ଅଙ୍ଗନଓ୍ବାଡି କର୍ମଚାରୀଙ୍କ ନାକ କାଟିଦେଲେ ବ୍ୟକ୍ତି, ସ୍ବାସ୍ଥ୍ୟାବସ୍ଥା ଗୁରୁତର…

ବେଙ୍ଗାଲୁରୁ,୩।୧ : କର୍ନାଟକର ବେଲଗାଭି ଜିଲାର ବାସୁରତେ ଗାଁରେ ଜଣେ ବ୍ୟକ୍ତି କ୍ରୋଧରେ ଅଙ୍ଗନୱାଡି କର୍ମଚାରୀଙ୍କ ନାକ କାଟି ଦେଇଛନ୍ତି। ପୋଲିସ କହିଛି ନ୍‌ ଅଙ୍ଗନୱାଡି କର୍ମଚାରୀଙ୍କ ପିଲାମାନେ ଅଭିଯୁକ୍ତ ବ୍ୟକ୍ତିଙ୍କ ବଗିଚାରୁ ଫୁଲ ତୋଳୁଥିଲେ, ସେଥିପାଇଁ ସେ ରାଗି ଯାଇଥିଲେ।

ଅଭିଯୁକ୍ତଙ୍କ ନାମ କଲ୍ୟାଣ ବୋଲି ଜଣାପଡିଛି। ସେ ଝଗଡା ପରେ ସୁଗନ୍ଧା ମୋରେଙ୍କ ନାକ କାଟିଥିଲେ। ଏହି ଦୁର୍ଘଟଣା ପରେ ପୀଡିତାଙ୍କୁ ଡାକ୍ତରଖାନା ନିଆଯାଇଥିଲା ଯେଉଁଠାରେ ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।

Share