ଅର୍ଚ୍ଚିତାଙ୍କ ଘରେ ରଙ୍ଗ ସାଙ୍ଗକୁ ପଖାଳର ମଜାନେଲେ ସବ୍ୟସାଚୀ

ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଓଲିଉଡ୍‌ର ସୁପରହିଟ୍‌ ଯୋଡି ସବ୍ୟସାଚୀ ଓ ଅର୍ଚ୍ଚିତା ଖୁବ୍‌ ଧୁମ୍‌ଧାମ୍‌ର ସହ ହୋଲି ପାଳନ କରିଛନ୍ତି। ବିବାହ ପରେ ଏହା ସେମାନଙ୍କର ପ୍ରଥମ ହୋଲି ହୋଇଥିବାରୁ ସେମାନଙ୍କ ପାଇଁ ବିଶେଷ ଗୁରୁତ୍ୱ ବହନ କରିଥିଲା। ଅର୍ଚ୍ଚିତାଙ୍କ ଘରେ ଏହି ହୋଲି ସେଲିବ୍ରେଶନ ହୋଇଥିଲା। ରଙ୍ଗ ଖେଳିବା ପାଇଁ ଦୁଇ ପରିବାର ଏକାଠି ହୋଇଥିଲେ। ତେବେ ଅର୍ଚ୍ଚିତା ପିଲାଦିନରୁ ରଙ୍ଗ ଖେଳିବାକୁ ଡରୁଥିଲେ। ତେଣୁ ତାଙ୍କ ମନରୁ ଏହି ଭୟ ଦୂର କରିବା ସହ ରଙ୍ଗ ଖେଳର ମଜା ଚଖାଇବା ପାଇଁ ସବ୍ୟସାଚୀ ବିଶେଷ ଆୟୋଜନ କରିଥିଲେ। ପ୍ରଥମଥର ପାଇଁ ରିୟଲ ଲାଇଫ୍‌ରେ ହୋଲିର ମଜା ନେଇଥିଲେ ଚୁଲ୍‌ବୁଲି ଅର୍ଚ୍ଚିତା। ସୋମବାର ଅବିର ରଙ୍ଗରେ ରଙ୍ଗାୟିତ ହୋଇଥିଲେ ସବ୍ୟର୍ଚ୍ଚିତା। କେବଳ ସେତିକି ନୁହେଁ, ରଙ୍ଗଖେଳ ପରେ ଅର୍ଚ୍ଚିତାଙ୍କ ଘରେ ଦୁଇ ପରିବାର ପାଇଁ ଭୋଜନ ବ୍ୟବସ୍ଥା ହୋଇଥିଲା। ଏଥିରେ ଓଡ଼ିଆ ଘରର ପ୍ରିୟ ଖାଦ୍ୟ ଦହି ପଖାଳ ସାଙ୍ଗକୁ ବଡିଚୁରା, ବାଇଗଣ ଭରତା, ବିଲାତି ଚକଟ ଓ ଆଳୁ ଚକଟା ପ୍ରସ୍ତୁତ ହୋଇଥିଲା।

Share