Categories: ଜାତୀୟ

ଆସାମରେ ଭାଜପା ସହିତ କଂଗ୍ରେସର କଡ଼ା ମୁକାବିଲା: ୫ ଦଳ ସହିତ ମିଳାଇବ ହାତ

ଗୁଆହାଟି, ୨୦।୧: ଆଗକୁ ଆସାମରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ରାଜ୍ୟରେ ନିଜର ସ୍ଥିତି ସୁଦୃଢ଼ କରିବା ସହିତ ଭାଜପା ସହ କଡ଼ା ମୁକାବିଲା କରିବା ଲାଗି କଂଗ୍ରେସ ଅଣ୍ଟା ଭିଡ଼ିଛି। କଂଗ୍ରେସ ଅନ୍ୟ ୫ ଦଳ ସହିତ ହାତ ମିଳାଇବା ଲାଗି ଯୋଜନା କରିଛି। ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ରିପୁନ୍‌ ବୋରା କହିଛନ୍ତି ଯେ, ମହାମେଣ୍ଟ ପାଇଁ କେତେକ ଦଳ ସହିତ ଆଲୋଚନା ପରେ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଅଲ୍‌ ଇଣ୍ଡିଆ ୟୁନାଇଟେଡ୍‌ ଡେମୋକ୍ରାଟିକ୍‌ ଫ୍ରଣ୍ଟ୍‌, ସିପିଆଇ, ସିପିଆଇଏମ୍‌, ସିପିଆଇଏମ୍‌ଏଲ୍‌ ଏବଂ ଆଞ୍ଚଳିକ ଗଣ ମୋର୍ଚ୍ଚା ସହିତ କଂଗ୍ରେସ ମେଣ୍ଟ କରିବ। ଭାଜପା ବିରୋଧୀ ଦଳଙ୍କ ପାଇଁ ମେଣ୍ଟ ଦ୍ୱାରା ଖୋଲା ରହିଥିବା ରିପୁନ କହିଛନ୍ତି। ଭାଜପାକୁ କ୍ଷମତାରୁ ହଟାଇବା ଲାଗି ଉଦ୍ୟମ କରାଯାଉଥିବା ସେ କହିଛନ୍ତି। ମେଣ୍ଟ ସମ୍ପର୍କରେ ଘୋଷଣା କରାଯାଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା ନେଇ ରିପୁନ ନୀରବତା ଅବଲମ୍ବନ କରିଛନ୍ତି।

Share