ବରଗଡ ଅଫିସ,୫।୧୦: ବରଗଡ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ସୋମବାର
ଜିଲାରେ ପୁଣି ୧୪୮ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ବରଗଡ ପୌରାଞ୍ଚଳର ସର୍ବାଧିକ ୨୬ ଜଣ ରହିଛନ୍ତି। ସେହିପରି ଭେଡେନ ବ୍ଲକର ୮, ବରଗଡ ବ୍ଲକର ୧୩, ଅତାବିରା ବ୍ଳକର ୧୪, ଅତାବିରା ଏନଏସିର ୬, ବିଜେପୁର ବ୍ଳକର ୧୪, ବରପାଲି ବ୍ଳକର ୨,ବରପାଲି ଏନଏସିର ଜଣେ, ଅମ୍ବାଭୋନା ବ୍ଳକର ୧୧, ପଦ୍ମପୁର ବ୍ଲକର ୪, ପଦ୍ମପୁର ଏନଏସିର ୮, ଭଟଲି ବ୍ଲକର ୨୨ଜଣ, ସୋହେଲା ବ୍ଲକର ୧୬, ପାଇକମାଲ ବ୍ଲକର ଜଣେ, ଝାରବନ୍ଧ ବ୍ଲକର ଜଣେ ଲେଖାଏ ଆକ୍ରାନ୍ତ ଅଛନ୍ତି। ଏହାପରେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୬୯୧୭ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୯୪୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ଅନ୍ୟ ୯୫୬ ଜଣ ବିଭିନ୍ନ କୋଭିଡ ହସ୍ପିଟାଲ ଏବଂ ହୋମ ଆଇସୋଲେଶନରେ ରହି ଚିକିତ୍ସାଧିନ ଅଛନ୍ତି ବୋଲି ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି।