Categories: ଜାତୀୟ

୮୭ ବର୍ଷୀୟା ବୃଦ୍ଧାଙ୍କୁ ବଳାତ୍କାର

ନୂଆଦିଲ୍ଲୀ,୧୫।୨: ଜାତୀୟ ରାଜଧାନୀର ତିଲକ ନଗର ଅଞ୍ଚଳରେ ୮୭ ବର୍ଷୀୟା ବୃଦ୍ଧାଙ୍କୁ ବଳାତ୍କାର କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ଅଭିଯୁକ୍ତ ବୃଦ୍ଧାଙ୍କୁ ବଳାତ୍କାର କରିବା ପରେ ଆକ୍ରମଣ କରିବା ସହ ତାଙ୍କ ମୋବାଇଲ ନେଇ ଚାଲି ଯାଇଥିଲେ। ଅଭିଯୋଗ କରାଯିବାର ୧୬ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ।

ଏହି ଘଟଣା ରବିବାର ଅପରାହ୍ନରେ ପୀଡ଼ିତଙ୍କ ଘରେ ଘଟିଥିଲା। ଘଟଣା ସମୟରେ ପୀଡ଼ିତାଙ୍କ ୬୫ ବର୍ଷୀୟା ଝିଅ ଘରୁ ବାହାରକୁ ଚାଲି ଯାଇଥିଲେ।

ଦିଲ୍ଲୀ ପୋଲିସ ପକ୍ଷରୁ କରାଯାଇଥିବା ଟୁଇଟ୍‌ରେ “ତିଲକ ନଗରରେ ବୃଦ୍ଧାଙ୍କ ସହ ହୋଇଥିବା ଯୌନ ନିର୍ଯାତନା ମାମଲାର ସମାଧାନ ହୋଇଛି। ଦୋଷୀଙ୍କୁ ଆମେ ୧୬ ଘଣ୍ଟା ମଧ୍ୟରେ ଗିରଫ କରିନେଇଛୁ। ତାଙ୍କ ଠାରୁ ପୀଡ଼ିତଙ୍କ ଫୋନ ଉଦ୍ଧାର କରାଯାଇଛି। ଅଭିଯୁକ୍ତ ସ୍ଥାନୀୟ ଅଞ୍ଚଳରେ ରୁହନ୍ତି ଓ ସେ ସୁଇପର ଭାବେ କାମ କରନ୍ତି”।

Share