Categories: ଜାତୀୟ

ବେଙ୍ଗାଲୁରୁରେ ‘ମଙ୍କିପକ୍ସ’ ନେଇ ଗାଇଡ୍‌ଲାଇନ ଜାରି: ଆଇସୋଲେଶନରେ ରହିବେ ୨୧ ଦିନ

ବେଙ୍ଗାଲୁରୁ,୨।୮: ଦେଶରେ‘ମଙ୍କିପକ୍ସ’ମାମଲା ବୃଦ୍ଧି ପାଇବା ପରେ କର୍ନାଟକ ରାଜଧାନୀ ବେଙ୍ଗାଲୁରୁରେ ମଙ୍ଗଳବାର ଏକ ଗାଇଡ୍‌ଲାଇନ ଜାରି ହୋଇଛି। ବିମାନବନ୍ଦର ଏବଂ ରେଳ ଷ୍ଟେଶନରେ ଯାତ୍ରାଙ୍କୁ କଡ଼ାକଡି ଯାଞ୍ଚ କରିବାକୁ ବିବିଏମ୍‌ପି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଜାରି ହୋଇଥିବା ଗାଇଡ୍‌ଲାଇନ ଅନୁଯାୟୀ, ଯଦି ‘ମଙ୍କିପକ୍ସ’ମାମଲା ଚିହ୍ନଟ ହୁଏ, ତେବେ ସେମାନେ ୨୧ ଦିନ ଯାଏ ଆଇସୋଲେଶନରେ ରହିବାକୁ ବାଧ୍ୟତାମୂଳକ କରାଯାଇଛି। ସେହିପରି ନିଜ ନିଜ ଅଧୀନରେ ଥିବା ବିମାନବନ୍ଦର, ବସ୍‌ ଷ୍ଟାଣ୍ଡ ଏବଂ ରେଳ ଷ୍ଟେଶନରେ ସ୍କ୍ରିନିଂ ଦଳ ନିୟୋଜିତ ହେବା ନେଇ ଜୋନାଲ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Share