ଭଦ୍ରକ ଅଫିସ,୧୫।୨: ତୈଳ ଦର ଅହେତୁକ ବୃଦ୍ଧି ପ୍ରତିବାଦରେ ସୋମବାର କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। କଂଗ୍ରେସର ଓଡିଶା ବନ୍ଦ ଡାକରାର ପ୍ରଭାବ ଭଦ୍ରକ ଜିଲାରେ ଦେଖିବାକୁ ମିଳିଛି । ସହରର ବନ୍ତ ଛକ ଏବଂ ୧୬ ନମ୍ବର ଜାତୀୟ ରାଜପଥର ଓଭର ବ୍ରିଜ ନିକଟରେ ରାଜପଥ ଅବରୋଧ କରିଛନ୍ତି କଂଗ୍ରେସ କର୍ମୀ। ତେବେ ଘରୋଇ ବସ ମାଲିକ ସଂଘର ନିଷ୍ପତ୍ତି କ୍ରମେ ବସ ଚଳାଚଳ ବନ୍ଦ ରହିଛି। ବ୍ୟବସାୟିକ ଅନୁଷ୍ଠାନ ଗୁଡିକ ମଧ୍ୟ ବନ୍ଦ ରହିଥିବା ଦେଖିବା ପାଇଁ ମିଳିଛି । କଂଗ୍ରେସ କର୍ମୀ ମାନେ ପିକେଟିଂ କରି ସହର ସାରା ପଇଁତରା ମାରୁଛନ୍ତି। ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ କରିଛନ୍ତି। ଜିଲା ସଭାପତି ସୁବ୍ରତ ଦାସଙ୍କ ନେତୃତ୍ୱରେ କର୍ମୀମାନେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ବନ୍ଦ କରୁଥିବା ଦେଖିବାକୁ ମିଳିଛି।