Categories: ଜାତୀୟ

ଭବାନୀପୁରରେ ମମତା ଆଗୁଆ…

କୋଲକାତା,୩।୧୦: ପଶ୍ଚିମବଙ୍ଗର ଭବାନୀପୁର ବିଧାନସଭା ଆସନ ପାଇଁ ନିର୍ବାଚନର ଭୋଟ ଗଣତି ରବିବାର ପୂର୍ବାହ୍ନ ୯ଟାଠାରୁ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ପ୍ରିୟଙ୍କା ଟିବରେଓ୍ବାଲଙ୍କଠାରୁ ୨୫୦୦ ଭୋଟରେ ଆଗୁଆ ରହିଛନ୍ତି। ମମତା ୪୫୪୨ ଭୋଟ ପାଇଥିବାବେଳେ ପ୍ରିୟଙ୍କା ୨୮୨୫ ଏବଂ ଆର୍‌ଏସ୍‌ପି ପ୍ରାର୍ଥୀଙ୍କୁ ୨୫୫ ଭୋଟ ମିଳିଥିବା ସାଢ଼େ ୯ଟା ସୁଦ୍ଧା ଜଣାପଡ଼ିଛି। ଭୋଟ ଗଣତି ଜାରି ରହିଛି। ଫଳାଫଳ ଉପରେ ମମତାଙ୍କ ଭବିଷ୍ୟତ ନିର୍ଭର କରୁଛି।

Share