ଭୁବନେଶ୍ୱରରେ ପୁଣି ୪୦୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୩୧।୮(ବ୍ୟୁରୋ): ଭୁବନେଶ୍ୱରରୁ ସୋମବାର ୪୦୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୪୨୫ରେ ପହଞ୍ଚିଛି। ତେବେ ଆଜି ୨୭ ନଂ. ଓ୍ବାର୍ଡରୁ ସର୍ବାଧିକ ୨୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୪୮ ନଂ. ଓ୍ବାର୍ଡରୁ ୧୯, ୨ ଓ ୧୯ ନଂ. ଓ୍ବାର୍ଡରୁ ରୁ ୧୭ ଲେଖାଏ, ୪୦ ନଂ. ଓ୍ବାର୍ଡରୁ ୧୭ ଓ ୩୨ ନଂ. ଓ୍ବାର୍ଡରୁ ୧୫ ଜଣ ଚିହ୍ନଟ ହୋଇଛନ୍ତି। ଏ ନେଇ ବିଏମ୍‌ସି ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି।

 

Share