ଭୁବନେଶ୍ୱରରେ ବଢ଼ିଲା ୬୦ ଆଇସିୟୁ ଶଯ୍ୟା

ଭୁବନେଶ୍ୱର, ୨୬।୯(ବ୍ୟୁରୋ): ଭୁବନେଶ୍ୱରରେ ଆଉଏକ ନୂଆ କୋଭିଡ୍‌ ହସ୍ପିଟାଲ ହୋଇଛି। ମଞ୍ଚେଶ୍ୱରସ୍ଥିତ ‘ବ୍ଲ୍ୟୁ ହୁଇଲ୍‌ ହସ୍ପିଟାଲ’କୁ କୋଭିଡ୍‌ ହସ୍ପିଟାଲ କରାଯାଇଛି। ଏଥିରେ ୪୦ ଆଇସିୟୁ ଶଯ୍ୟା ଥିବାବେଳେ ୩୦୦ ସାଧାରଣ ଶଯ୍ୟା ରହିଛି। ଏହାବ୍ୟତୀତ ଭୁବନେଶ୍ୱରରେ ଥିବା ଅନ୍ୟ ୨ଟି କୋଭିଡ୍‌ ହସ୍ପିଟାଲରେ ମଧ୍ୟ ୨୦ଟି ଆଇସିୟୁ ଶଯ୍ୟା ବୃଦ୍ଧି କରାଯାଇଛି। ଏଥିସହ ଘରୋଇ ହସ୍ପିଟାଲରେ କିପରି କୋଭିଡ୍‌ ଆକ୍ରାନ୍ତଙ୍କ ପାଇଁ ୫୦% ଶଯ୍ୟା ଓ ୮୦% ଆଇସିୟୁର ବ୍ୟବସ୍ଥା ରହିବ ସେଥିପ୍ରତି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଗୁରୁତ୍ୱ ଦେଉଛି ବୋଲି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି।
ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଚୌଧାରୀ କହିଛନ୍ତି, ଶୁକ୍ରବାର ସକାଳ ସୁଦ୍ଧା ୨୦,୨୧୯ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ୮୦ଜଣଙ୍କର ମୃତ୍ୟୁ ଘଟିଛି ଓ ୧୬୫୧୧ ସୁସ୍ଥ ହୋଇଥିବାରୁ ଏବେ ୩୬୧୨ ସକ୍ରିୟ ସଂକ୍ରମିତ ରହିଛନ୍ତି। ଏହି ସକ୍ରିୟ ଆକ୍ରାନ୍ତଙ୍କ ମଧ୍ୟରୁ ୭୫% ଗୃହ ଏକାନ୍ତବାସରେ ରହୁଛନ୍ତି। ବସ୍ତି ଅଞ୍ଚଳରୁ ମାତ୍ର ୬୮୬ଜଣ ଆକ୍ରାନ୍ତ ରହିଛନ୍ତି। ଏ ପର୍ଯ୍ୟନ୍ତ ଗୃହ ଏକାନ୍ତବାସରେ ରହି ସାରିଥିବା ୧୦ ହଜାର ଆକ୍ରାନ୍ତଙ୍କ ମଧ୍ୟରୁ ୭ ହଜାରରୁ ଊର୍ଦ୍ଧ୍ୱ ସୁସ୍ଥ ହୋଇଛନ୍ତି। ଭୁବନେଶ୍ୱରର ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଆଗାମୀ ଦିନରେ ଗୃହ ଏକାନ୍ତବାସରେ ରହୁଥିବା ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟଜନିତ ସମସ୍ତ ସମସ୍ୟାର ସମାଧାନ ପାଇଁ ବିଏମ୍‌ସି ଏକ ଡାକ୍ତରୀ ପ୍ୟାନେଲ୍‌ ପ୍ରସ୍ତୁତ କରୁଛି। ଏଥିରେ ୨୫ରୁ ୩୦ଜଣ ଡାକ୍ତର ରହି ଗୃହ ଏକାନ୍ତାବାସରେ ଥିବା ଆକ୍ରାନ୍ତଙ୍କ ସହ ବାର୍ତ୍ତାଳାପ କରିବା ସହ ସ୍ବାସ୍ଥ୍ୟାବସ୍ଥା ବୁଝିବେ। ଭୁବନେଶ୍ୱରରେ ପୁନଃ ସଂକ୍ରମଣ ମାମଲା ଏଯାବତ୍‌ ନଜରକୁ ଆସିନାହିଁ। ଗୋଟିଏ ମାମଲାରେ ବିଏମ୍‌ସିର ସନ୍ଦେହ ଉପୁଜିବାରୁ ତାଙ୍କ ନମୁନା ଆଇସିଏମ୍‌ଆରକୁ ପରୀକ୍ଷଣ ପାଇଁ ପଠାଯାଇଛି। ଯଦି ପୁନଃ ସଂକ୍ରମଣ କଥା ନଜରକୁ ଆସେ ତା’ହେଲେ ବିଏମ୍‌ସି ଏଥିପ୍ରତି ଅଧିକ ଗୁରୁତ୍ୱ ଦେବା ସହ ଦୃଢ଼ ପଦକ୍ଷେପ ଗ୍ରହଣ କରିବ। କୌଣସି ଅଞ୍ଚଳରେ ବ୍ୟାପକ ସଂକ୍ରମଣ ନଜରକୁ ଆସିଲେ କଣ୍ଟେନ୍‌ମେଣ୍ଟ ଘୋଷଣା କରାଯିବ ବୋଲି ସେ କହିଛନ୍ତି।
ଖୋର୍ଦ୍ଧା ଜିଲା ପ୍ରଶାସନ ଓ ବିଏମ୍‌ସି ତଥ୍ୟରେ ତାଳମେଳ ନେଇ ହୋଇଥିବା ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ବିଏମ୍‌ସି ଅଞ୍ଚଳରେ ଚିହ୍ନଟ ସମସ୍ତ ପଜିଟିଭ୍‌ଙ୍କୁ ଆମ କର୍ମଚାରୀମାନେ ପ୍ରତ୍ୟକ୍ଷ ଭାବେ ଦେଖୁଛନ୍ତି। କେଉଁ ସ୍ଥାନରୁ କେତେ ପଜିଟିଭ୍‌ ଚିହ୍ନଟ ହେଉଛନ୍ତି ତାହା ଜିଲା ପ୍ରଶାସନ ଅପେକ୍ଷା ବିଏମ୍‌ସି ନିକଟରେ ବେଶି ତଥ୍ୟ ରହୁଛି। ବିଏମ୍‌ସି ଯେଉଁ ତଥ୍ୟ ଦେଉଛି ତାହା ଠିକ୍‌। ଯଦି ଜିଲା ପ୍ରଶାସନ ପକ୍ଷରୁ ଏପରି କିଛି ତଥ୍ୟ ପ୍ରକାଶ କରାଯାଉଛି, ସେନେଇ ସେ ଆଗାମୀ ଦିନରେ ଆଲୋଚନା କରିବେ ବୋଲି ଚୌଧାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟିହେଲା ୨ଟି ଘୂର୍ଣ୍ଣିବଳୟ, ୧୨ଜିଲାରେ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୧।୯: ବଙ୍ଗୋପସାଗର ଓ ତତ୍‌ ସଂଲଗ୍ନ ଅଞ୍ଚଳରେ ୨ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ୨୩ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି...

ଯାଆଁଳା ଉଉଣୀଙ୍କୁ ଚାପିଦେଲା ଟ୍ରକ, ଆଉ ତା’ପରେ…

ଢେଙ୍କାନାଳ,୨୧।୯: ପୁରୁଣାକଟକ-ସମ୍ବଲପୁର ରାସ୍ତା ଶୁକିଆବାଉତି ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚାପାରେ ଦୁଇ ଯାଆଁଳା ଉଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ...

ଭରତପୁର କାଣ୍ଡକୁ ନେଇ ବଡ଼ ଖବର: ମିଳିଗଲା ଜାମିନ୍‌

ଭୁବନେଶ୍ୱର,୨୧॥୯: ମେଜରଙ୍କ ବାନ୍ଧବୀଙ୍କୁ ଚନ୍ଦକା ରାସ୍ତାରେ ମାଡ଼ ଅଭିଯୋଗ ଘଟଣାରେ ଶନିବାର ୭ଜଣ ରୋଡ୍‌ ରୋମିଓଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ବନ୍ଧା ହେବାର ୪ଘଣ୍ଟା ନ...

ଭୁବନେଶ୍ୱରରେ ଏକାଠି ହୋଇଗଲେ ଶହ-ଶହ ପୋଲିସ, ସ୍ଥିତି ସାଂଘାତିକ!

ଭୁବନେଶ୍ୱର,୨୧।୯: ଘନେଇଲା ଭରତପୁର ପୋଲିସ-ସେନା ବିବାଦ। ଭୁବନେଶ୍ୱରରେ ଏକାଠି ହେଲେ ଶହଶହ ପୋଲିସ। ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନର ପ୍ରତିବାଦ କରି ହଠାତ୍‌ ଭୁବନେଶ୍ୱରରେ ଏକାଠି ହୋଇଛନ୍ତି...

ବନ୍ଧା ହେବା ପରେ ରୋଡ୍‌ ରୋମିଓଙ୍କ ଚାଞ୍ଚଲ୍ୟକର ବୟାନ! ସେଦିନ ରାତିରେ…

ଭୁବନେଶ୍ୱର,୨୧।୯: ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ରାସ୍ତାରେ ହଇରାଣ କରିବା ଘଟଣାରେ ୭ ଜଣ ରୋଡ ରୋମିଓଙ୍କୁ ଶେଷରେ ଗିରଫ କରିଛି ପୋଲିସ ।...

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଭରତପୁର ଘଟଣା: ରାଜ୍ୟ ରାଜନୀତି ସରଗରମ: ପୂର୍ବତନ ପିସିସି ସଭାପତି କହିଲେ….

ଭୁବନେଶ୍ୱର,୨୧।୯: ରାଜ୍ୟ ରାଜନୀତିକୁ ସରଗରମ କରିଛି ଭରତପୁର ଘଟଣା। କିନ୍ତୁ ଚୁପ ବସିଛନ୍ତି ରାଜ୍ୟ ସରକାର । ଜେର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର କରିଥିଲେ...

ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର: ୭ ରୋଡ୍‌ ରୋମିଓ ଗିରଫ

ଭୁବନେଶ୍ୱର,୨୧।୯: ଭରତପୁର ଘଟଣାକୁ ନେଇ କେବଳ ରାଜ୍ୟ ରାଜନୀତି ନୁହେଁ ଜାତୀୟ ରାଜନୀତି ମଧ୍ୟ ସରଗରମ ରହିଛି। ଘଟଣାର ବିଭିନ୍ନ ଭିଡିଓ ଭାଇରାଲ ହେବା ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri