Categories: ଜାତୀୟ

ବିହାରରେ କୌଣସି ଦଳ ସରକାର ଗଠନ କରିପାରିବନି: ସୁଶୀଲ ମୋଦି

ପାଟନା,୨।୯: ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ କୌଣସି ରାଜନୈତିକ ଦଳ ଏକାକୀ ଏଠାରେ ସରକାର ଗଠନ କରିପାରିବ ନାହିଁ ବୋଲି ଉପମୁଖ୍ୟମନ୍ତ୍ରୀ ତଥ ଭାଜପା ନେତା ସୁଶୀଲ ମୋଦି ମଙ୍ଗଳବାର କହିଛନ୍ତି। ତେଣୁ ମେଣ୍ଟ ହିଁ ଏକମାତ୍ର ମାର୍ଗ। ବିହାରରେ ଆର୍‌ଜେଡି ନେତୃତ୍ୱାଧୀନ ମହାମେଣ୍ଟ ଦମ୍ଭ ହରାଇଲାଣି। ଏନ୍‌ଡିଏ ବିରୋଧରେ ମହାମେଣ୍ଟ ସଫଳ ହୋଇପାରିବ ନାହିଁ ବୋଲି ସେ ମତ ଦେଇଛନ୍ତି। ୧୯୯୬ରୁ ଭାଜପା-ଜେଡିୟୁ ମେଣ୍ଟ ସଫଳତାର ସହ କାର୍ଯ୍ୟ କରିଆସୁଛି। ଏଥର ବି ନୀତୀଶ କୁମାରଙ୍କ ନେତୃତ୍ୱରେ ଏନ୍‌ଡିଏ କ୍ଷମତା ଦଖଲ କରିବ ବୋଲି ମୋଦି ଦୃଢ଼ତାର ସହ କହିଛନ୍ତି। ପ୍ରକାଶଥାଉ କି, ବିହାର ବିଧାନସଭାର କାର୍ଯ୍ୟକାଳ ନଭେମ୍ବର ୨୯ରେ ଶେଷ ହେଉଥିବାବେଳେ ଅକ୍ଟୋବର କିମ୍ବା ନଭେମ୍ବରରେ ନିର୍ବାଚନ କରାଯିବ।

Share