ଛତ୍ରପୁର,୧୬।୧୦(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ଏନ୍ଏସିର ବିଭିନ୍ନ ସ୍ଥାନରେ ଥିବା ଡ୍ରେନ୍ ଉପରେ ଲୋକେ ଜବରଦଖଲ କରିଛନ୍ତି। ଏଥିସହ ଡ୍ରେନ୍ରେ ଅଳିଆ ଆବର୍ଜନା ଆଦି ପକାଉଛନ୍ତି। ଫଳରେ ଡ୍ରେନ୍ ପାଣି ନିଷ୍କାସିତ ହୋଇପାରୁନି ବିଶେଷକରି ବର୍ଷାଦିନେ ପରିସ୍ଥିତି ବେହାଲ ହୋଇପଡୁଛି। ବାରମ୍ବାର ଛତ୍ରପୁର ଏନ୍ଏସି ପକ୍ଷରୁ ଏପରି ନ କରିବାକୁ ଲୋକଙ୍କୁ କୁହାଗଲେ ମଧ୍ୟ ଲୋକେ ଅମାନିଆ ହେଉଛନ୍ତି। ଏହା ଉପରେ ଅଙ୍କୁଶ ଲଗାଇବାକୁ ଛତ୍ରପୁର ଏନ୍ଏସି ପକ୍ଷରୁ ଅଭିଯାନ ଆରମ୍ଭ ହୋଇଛି। ଛତ୍ରପୁର ଏନ୍ଏସି ୬ ନଂ. ୱାର୍ଡର ବଜାର ମୁଖ୍ୟ ରାସ୍ତାରେ ଥିବା ଡ୍ରେନ୍ ଉପରୁ ଜବରଦଖଲ ଉଚ୍ଛେଦ କରାଯାଇଥିବା ନିର୍ବାହୀ ଅଧିକାରୀ ଏନ୍ ଗଣେଷ ବାବୁ ସୂଚନା ଦେଇଛନ୍ତି। ଏଥିସହ ଡ୍ରେନ୍ରେ କୌଣସି ଜିନିଷ ନ ପକାଇବାକୁ ଡ଼ାକବାଜି ଯନ୍ତ୍ର ସହାୟତାରେ ଜନସାଧାରଣଙ୍କୁ କୁହାଯାଇଛି। ଏହାର ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ସହ ଜରିମାନା ଆଦାୟ ହେବ ବୋଲି ସତର୍କ କରାଯାଇଛି ।