ଛତ୍ରପୁର ଉପଖଣ୍ଡରେ ୮୩% ସୁସ୍ଥ

 

ଛତ୍ରପୁର,୧୪ା୮(ଡି.ଏନ୍‌.ଏ.)- ଛତ୍ରପୁର ଉପଖଣ୍ଡରେ ଥିବା ୮ ବ୍ଲକ ଓ ୯ ସହରାଞ୍ଚଳରେ ଟେଷ୍ଟ ତୁଳନାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଜୁଲାଇ ୨୩ରୁ ଗତ ୧୧ ତାରିଖ ମଧ୍ୟରେ ଉପଖଣ୍ଡର ସ୍ଥିତି ଏକ ଗ୍ରାଫ ମାଧ୍ୟମରେ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ଉପଖଣ୍ଡର ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୮୩ % ସୁସ୍ଥ ହୋଇଛନ୍ତି। ୧୬% ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି। ୧ ପ୍ରତିଶତ ମୃତ୍ୟୁ ହୋଇଛି। ଗୁରୁବାର ସ୍ବତନ୍ତ୍ର ଏଡିଏମ ( ଛତ୍ରପୁର ) ପାରୁଲ ପଟୱାରି ଟୁଇଟ୍‌ କରି ସୂଚନା ଦେଇ କହିଛନ୍ତି ଯେ, ଛତ୍ରପୁର ସବ୍‌ଡିଭିଜନରେ ରେକର୍ଡ ସଂଖ୍ୟକ କରୋନାରୁ ସୁସ୍ଥ ହେଲେଣି। ଗ୍ରାମାଞ୍ଚଳରେ ୭୮ ପ୍ରତିଶତ ଓ ସହରାଞ୍ଚଳରେ ୫୧ ପ୍ରତିଶତ ୱାର୍ଡ ଗ୍ରୀନ ଜୋନ୍‌ରେ ରହିଛି। ସହରାଞ୍ଚଳରେ ପଜିଟିଭ ସଂଖ୍ୟା ବୃଦ୍ଧି ପାଉଛି। କୋଭିଡ୍‌ ମନିଟର ଓ କୋଭିଡ କେୟାର କମିଟିର ସଦସ୍ୟମାନେ ସଚେତନ କରୁଛନ୍ତି। ୬୧ ଗାଁ ଓ ସହରାଞ୍ଚଳର ୨୦ ୱାର୍ଡ କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ରହିଛି। କରୋନାରୁ ସୁସ୍ଥମାନଙ୍କ ମଧ୍ୟରୁ ୮୧ ଜଣ କୋଭିଡ୍‌ ବନ୍ଧୁ ଭାବେ କାର୍ଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଚିକିତ୍ସିତ ହେଉଥିବା ଆକ୍ରାନ୍ତଙ୍କୁ କୋଭିଡ୍‌ ବନ୍ଧୁମାନେ ଫୋନ କରି ସୁବିଧା ଅସୁବିଧା ବୁଝିବା ସହ ସେମାନଙ୍କ ମନୋବଳ ବୃଦ୍ଧି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ କର୍ମଚାରୀ ବଦଳି ଓ ନିଯୁକ୍ତି ପାଇଁ ନୂଆ ନୀତି, ନିଜ ବ୍ଲକରେ ଚାକିରି କରିପାରିବେନି

ଭୁବନେଶ୍ୱର,୧୯/୯: ଓଡ଼ିଶା ସରକାର ଶିକ୍ଷକଙ୍କୁ ବାଦ ଦେଇ ଅନ୍ୟ କାର୍ଯ୍ୟରତ କର୍ମଚାରୀଙ୍କ ବଦଳି ଓ ନିଯୁକ୍ତି ପାଇଁ ନୂଆ ନୀତି ପ୍ରସ୍ତୁତ କରିଛନ୍ତି। ସାଧାରଣ ପ୍ରଶାସନ...

ପୋଲିସ ମୁଖା ତଳେ ଛପିଥିଲା ସଇତାନ ଚେହେରା: ଶୁଭମିତ୍ରା ହତ୍ୟାକାରୀ ଦୀପକଙ୍କ ଗୁମର ଫିଟୁଛି

ଭୁବନେଶ୍ୱର,୧୯ା୯(ସତ୍ୟଜିତ୍‌ ରାଉତ):ଟ୍ରାଫିକ୍‌ କନ୍‌ଷ୍ଟେବଲ ଶୁଭମିତ୍ରା ସାହୁଙ୍କ ହତ୍ୟା ଘଟଣାରେ ଗୋଟିଏ ପରେ ଗୋଟିଏ ରହସ୍ୟ ପଦାକୁ ଆସିବାରେ ଲାଗିଛି। ଶୁଭମିତ୍ରାଙ୍କ ହତ୍ୟାକାରୀ କନ୍‌ଷ୍ଟେବଲ ସ୍ବାମୀ ଦୀପକ...

ବିଜେଡି ତଣ୍ଟିରେ ଅନାସ୍ଥା କଣ୍ଟା: ଆଇଏଏସ୍‌ଙ୍କ ପରେ ଜଣେ ଓଏଏସ୍‌ ଅଫିସରଙ୍କୁ ଭେଟିବାକୁ ଧାଉଁଛନ୍ତି

ଭୁବନେଶ୍ୱର,୧୯ା୯(ସୁନିତ୍‌ ମିଶ୍ର):ରାଜ୍ୟ ସରକାରଙ୍କ ବିରୋଧରେ ବିଭିନ୍ନ ପ୍ରସଙ୍ଗକୁ ନେଇ କଂଗ୍ରେସ ପକ୍ଷରୁ ଅନାସ୍ଥା ପ୍ରସ୍ତାବ ଅଣାଯାଇଛି। ଚଳିତ ଅଧିବେଶନରେ ଅନାସ୍ଥା ଆଣିବ ବୋଲି କଂଗ୍ରେସ ପକ୍ଷରୁ...

ନିଯୁକ୍ତି ଠକେଇ ଅଭିଯୋଗରେ SSB କନେଷ୍ଟବଳ ଗିରଫ

ଭୁବନେଶ୍ୱର,୧୯/୯: ଟ୍ୱିନ ସିଟି କମିଶନରେଟ ପୋଲିସ ଏକ ନିଯୁକ୍ତି ଠକେଇ ମାମଲାରେ ସଶସ୍ତ୍ର ସୀମା ବଳ (SSB) କନେଷ୍ଟବଳ ପତିତପାବନ ପତି (୪୦) ଓ ତାଙ୍କର...

ମହାନଦୀରେ ଏକାଧିକ ବ୍ୟାରେଜ, ଚେକଡ୍ୟାମ କରିବେ ଓଡିଶା ସରକାର

ଭୁବନେଶ୍ୱର,୧୯/୯: ଓଡ଼ିଶା ସରକାର ମହାନଦୀର ତଳମୁହାଁ ଅଞ୍ଚଳରେ ପାନୀୟ ଜଳ ଓ ଜଳସେଚନ ସୁବିଧା ଯୋଗାଇବା ପାଇଁ ୧୭ଟି ଚେକଡ୍ୟାମ, ୧୫ଟି ଇନଷ୍ଟ୍ରିମ ଷ୍ଟୋରେଜ ଷ୍ଟ୍ରକଚର...

ମା’ଠାରୁ ଅଲଗା ହୋଇ ହାତୀ ଛୁଆ ଆଖିରୁ ଝରୁଛି ଲୁହ, ପ୍ରଶଂସନୀୟ କାର୍ଯ୍ୟ କଲା ବନ ବିଭାଗ

ବୌଦ୍ଧ,୧୮ା୯: ମାତ୍ର ୧୫-୨୦ ଦିନର ଏକ ନିରୀହ ହାତୀଛୁଆ, ଯିଏ ଏବେ ମା’ର ଆଲିଙ୍ଗନରେ ପ୍ରକୃତିରେ ଖେଳୁଥାନ୍ତା, ସେ ପଲ୍ଲୀରୁ ବିଚ୍ଛିନ୍ନ ହୋଇ ବୌଦ୍ଧ ବନ...

କଲେଜ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର

ଗୋପାଳପୁର,୧୮ା୯(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଧୀନ ଏକ ଗ୍ରାମର ନାବାଳିକା ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର ମାମଲାରେ ଗୁରୁବାର ପୋଲିସ ଜଣେ ଯୁବକଙ୍କୁ ଗିରଫ...

୫ଟି ପଞ୍ଚାୟତବାସୀ ନିର୍ଭର କରୁଥିବା ରାସ୍ତା ଏବେ ବିପଦପୂର୍ଣ: ମାଡି ଆସିଲାଣି ଗଛ ଡାଳ

ଗଞ୍ଜାମ,୧୮।୯(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ କାଇଁଚପୁର ପଞ୍ଚାୟତ ମାଳି ଜଗନ୍ନାଥପୁର ଗ୍ରାମଠାରୁ କଲ୍ୟାଣପୁର ପର୍ଯ୍ୟନ୍ତ ରାସ୍ତା ବର୍ତ୍ତମାନ ବିପଦପୂର୍ଣ । ପାଞ୍ଚଟି ପଞ୍ଚାୟତ ତଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image