Advertisement

ଛତ୍ରପୁର ଉପଖଣ୍ଡରେ ୮୩% ସୁସ୍ଥ

 

ଛତ୍ରପୁର,୧୪ା୮(ଡି.ଏନ୍‌.ଏ.)- ଛତ୍ରପୁର ଉପଖଣ୍ଡରେ ଥିବା ୮ ବ୍ଲକ ଓ ୯ ସହରାଞ୍ଚଳରେ ଟେଷ୍ଟ ତୁଳନାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଜୁଲାଇ ୨୩ରୁ ଗତ ୧୧ ତାରିଖ ମଧ୍ୟରେ ଉପଖଣ୍ଡର ସ୍ଥିତି ଏକ ଗ୍ରାଫ ମାଧ୍ୟମରେ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ଉପଖଣ୍ଡର ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୮୩ % ସୁସ୍ଥ ହୋଇଛନ୍ତି। ୧୬% ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି। ୧ ପ୍ରତିଶତ ମୃତ୍ୟୁ ହୋଇଛି। ଗୁରୁବାର ସ୍ବତନ୍ତ୍ର ଏଡିଏମ ( ଛତ୍ରପୁର ) ପାରୁଲ ପଟୱାରି ଟୁଇଟ୍‌ କରି ସୂଚନା ଦେଇ କହିଛନ୍ତି ଯେ, ଛତ୍ରପୁର ସବ୍‌ଡିଭିଜନରେ ରେକର୍ଡ ସଂଖ୍ୟକ କରୋନାରୁ ସୁସ୍ଥ ହେଲେଣି। ଗ୍ରାମାଞ୍ଚଳରେ ୭୮ ପ୍ରତିଶତ ଓ ସହରାଞ୍ଚଳରେ ୫୧ ପ୍ରତିଶତ ୱାର୍ଡ ଗ୍ରୀନ ଜୋନ୍‌ରେ ରହିଛି। ସହରାଞ୍ଚଳରେ ପଜିଟିଭ ସଂଖ୍ୟା ବୃଦ୍ଧି ପାଉଛି। କୋଭିଡ୍‌ ମନିଟର ଓ କୋଭିଡ କେୟାର କମିଟିର ସଦସ୍ୟମାନେ ସଚେତନ କରୁଛନ୍ତି। ୬୧ ଗାଁ ଓ ସହରାଞ୍ଚଳର ୨୦ ୱାର୍ଡ କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ରହିଛି। କରୋନାରୁ ସୁସ୍ଥମାନଙ୍କ ମଧ୍ୟରୁ ୮୧ ଜଣ କୋଭିଡ୍‌ ବନ୍ଧୁ ଭାବେ କାର୍ଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଚିକିତ୍ସିତ ହେଉଥିବା ଆକ୍ରାନ୍ତଙ୍କୁ କୋଭିଡ୍‌ ବନ୍ଧୁମାନେ ଫୋନ କରି ସୁବିଧା ଅସୁବିଧା ବୁଝିବା ସହ ସେମାନଙ୍କ ମନୋବଳ ବୃଦ୍ଧି କରୁଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share