କରୋନା ସଙ୍କଟରେ ଘରୋଇ ସ୍କୁଲ୍‌ ଆଦାୟ କରିପାରିବେ ବାର୍ଷିକ ଫି ସହିତ ବିକାଶ ଶୁଳ୍କ, କହିଲେ ଏସ୍‌ସି…

ନୂଆଦିଲ୍ଲୀ,୨୮।୬: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଜାରି ହୋଇଥିବା ଲକ୍‌ଡାଉନ୍‌ ଯୋଗୁ ସ୍କୁଲ୍‌ କଲେଜ ବନ୍ଦ ରହିଛି। ପାଠପଢ଼ା ଅନ୍‌ଲାଇନ୍‌ରେ କରାଯାଉଛି। ଏପରିସ୍ଥଳେ ଘରୋଇ ସ୍କୁଲ୍‌ଗୁଡ଼ିକର ବାର୍ଷିକ ଫି ସହିତ ବିକାଶ ଶୁଳ୍କ ଆଦାୟ ଉପରେ ରୋକ ଲଗାଇବା ପାଇଁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଏକ ଆବେଦନ କରାଯାଇଥିଲା। ଏହାର ଶୁଣାଣି କରି ହାଇକୋର୍ଟ କରୋନା ସଙ୍କଟରେ ଘରୋଇ ସ୍କୁଲଗୁଡ଼ିକର ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ରୋକ ଲଗାଇବାକୁ ମନା କରିଥିଲେ। ପରେ ଏହି ମାମଲାର ବିଚାର ଲାଗି ସୁପ୍ରିମ୍‌କୋର୍ଟ(ଏସ୍‌ସି)ରେ ଆବେଦନ କରାଯାଇଥିଲା। ସୁପ୍ରିମ୍‌କୋର୍ଟ ହାଇକୋର୍ଟଙ୍କ ରାୟକୁ କାଏମ୍‌ ରଖି ରୋକ ଲଗାଇବାକୁ ମନା କରିଦେଇଛନ୍ତି। ଦିଲ୍ଲୀର ୪୫୦ ଘରୋଇ ସ୍କୁଲର ପ୍ରତିନିଧିତ୍ୱ କରୁଥିବା ଆକ୍ସନ୍‌ କମିଟିକୁ ଏହା ଦ୍ୱାରା ଚିନ୍ତାରୁ ମୁକ୍ତି ମିଳିଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୧୦ରେ ହେବ। ସୂଚନାଯୋଗ୍ୟ, ମେ’ ୩୧ରେ ହାଇକୋର୍ଟ ବିଚାରପତି ଜୟନ୍ତ ନାଥ ବାର୍ଷିକ ଫି ସହିତ ବିକାଶ ଶୁଳ୍କ ଆଦାୟ କରିବାକୁ ଘରୋଇ ସ୍କୁଲ୍‌ଗୁଡ଼ିକୁ ଅନୁମତି ପ୍ରଦାନ କରିଥିଲେ।

Share