ଦାରିଙ୍ଗବାଡିରେ ମହିଳାଙ୍କ ବଢ଼ିଲା ଉତ୍ସାହ: ସୁଭଦ୍ରା ଟଙ୍କାପାଇ..

ଦାରିଙ୍ଗବାଡି,୧୭।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ହେଲିପ୍ୟାଡ ପଡିଆଠାରେ ସୁଭଦ୍ରା ଯୋଜନାର ଲୋକାର୍ପିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଓଡ଼ିିଶା ଜୀବିକା ମିଶନର ବିପିଏମ ପିଣ୍ଟୁ ନାୟକଙ୍କ ମଞ୍ଚ ସଂଯୋଜନରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଛନ୍ତି। ମୁଖ୍ୟବକ୍ତା ବିଡିିଓ ଗଦାଧର ପାତ୍ର, ସିଡିପିଓ ସନ୍ଧ୍ୟାରାଣୀ ପଣ୍ଡା, ଏମ୍‌ପି ପ୍ରତିନିଧି ବିଷ୍ଣୁ ଚରଣ ପ୍ରଧାନ, ଦାରିଙ୍ଗବାଡି ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲିକ, ଜିଲା ପରିଷଦ ସଦସ୍ୟ ରଞ୍ଜନ କୁମାର ପ୍ରଧାନ, କାଶ୍ମୀରା ବ୍ଲକ ମହିଳା ଫେଡେରେଶନର ସଭାନେତ୍ରୀ ରଶ୍ମିଦେବୀ ନାୟକ ମଞ୍ଚାସିନ ଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ବିଡିିଓ ନିଜ ଅଭିଭାଷଣରେ କହିଥିଲେ ଯେ, ମହିଳାମାନେ ସ୍ବାବଲମ୍ବୀ ହେବା ପାଇଁ ରାଜ୍ୟ ସରକାର ସୁଭଦ୍ରା ଯୋଜନାରେ ଆର୍ଥିକ ସହାୟତା କରୁଛନ୍ତି। ଏହା ବର୍ଷକୁ ଦୁଇଟି କିସ୍ତିରେ ଦିଆଯିବ ପ୍ରଥମ କିସ୍ତି ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମାରେ ଓ ଦିତୀୟ କିସ୍ତି ମହିଳା ଦିବସରେ ଦିଆଯି । ବବର୍ଷକୁ ୧୦ ହଜାର ମିଳିବା ସହ ୫ ବର୍ଷ ମଧ୍ୟରେ ମୋଟ ୫୦ ହଜାର ପର୍ଯ୍ୟନ୍ତ ମିଳିବ ବୋଲି କହିଛନ୍ତି। ସ୍ବଳ୍ପ ଟଙ୍କାରେ ନିଜ ବ୍ୟବସାୟ ଆରମ୍ଭ କରିବାକୁ କହିଥିଲେ। ଆଶା କର୍ମୀ ରଶ୍ମୀ ଦିଗଲ ପ୍ରଥମ କିସ୍ତି ପାଇ ନିଜ ଖୁସି ଜଣାଇଥିଲେ ସେହିପରି ସ୍ବୟଂ ସହାୟକ ଗୋଷ୍ଠୀର ବାସନ୍ତି ନାୟକ ମଧ୍ୟ ଏହି ଯୋଜନାରେ ସାମିଲ ହୋଇ ସରକାରଙ୍କୁ ସାଧୁବାଦ ଜଣାଇଛନ୍ତି। ଏହା ସହ କେତେ ଜଣ ପିଏମ୍‌ ଆବାସ ଯୋଜନାର କାର୍ଯ୍ୟାଦେଶ ପାଇ ଖୁସିଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁରୀ ଗାୟିକାଙ୍କ ମୃତ୍ୟୁକୁ ନେଇ ଉଠିଲା ପ୍ରଶ୍ନ, ଜଣେ ଗାୟକଙ୍କ ନାଁରେ ଅଭିଯୋଗ ଆଣିଲେ ପରିବାର ଲୋକେ

ସମ୍ବଲପୁର,୧୯ା୯: ସମ୍ବଲପୁରୀ ସମ୍ବଲପୁରୀ ଗାୟିକା ତଥା ଅଭିନେତ୍ରୀ ରୁକ୍‌ସାନାଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଭୁବନେଶ୍ବରର ଏକ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର...

ଭତ୍ତା ଆଣିବାକୁ ଯାଇ ନିଖୋଜ ଥିଲେ ବୃଦ୍ଧା, ଆଜି କେନାଲରୁ ମିଳିଲା ମୃତଦେହ

ଦିଗପହଣ୍ଡି,୧୯ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମର ସ୍ବର୍ଗତ କନ୍ତାରୁ ପାତ୍ରଙ୍କ ବିଧବା ସ୍ତ୍ରୀ ଏମ୍‌.ଅରାଲୁ ପାତ୍ର (୬୪)...

ଆଜିଠାରୁ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଚାଲିବ ପର୍ଯ୍ୟଟନକ୍ଷେତ୍ରର ସଫେଇ, ପ୍ଲାଷ୍ଟିକ୍‌ ମୁକ୍ତ ପାଇଁ ସମସ୍ତେ…

ଦାରିଙ୍ଗବାଡ଼ି,୧୯ା୯(ଅରୁଣ ସାହୁ): ଦାରିଙ୍ଗବାଡ଼ି ଏକ ପର୍ଯ୍ୟଟନକ୍ଷେତ୍ର ଭାବେ ଜଣାଶୁଣା। ଦୈନିକ ଶହଶହ ପର୍ଯ୍ୟଟକ ଦାରିଙ୍ଗବାଡ଼ି ବୁଲିବାକୁ ଆସୁଥିବା ବେଳେ କୁଢ଼କୁଢ଼ ଅଳିଆ ଆବର୍ଜନା ଦେଖି ପର୍ଯ୍ୟଟକ...

ଟ୍ରକକୁ ପଛପଟୁ ପିଟିଲା ଭ୍ୟାନ୍‌: ଚାଲିଗଲା ୨ ଜୀବନ

ଆସିକା,୧୯।୯(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ପିତଳ ଛକଠାରେ ରାସ୍ତା କଡ଼ରେ ଠିଆ ହେଇଥିବା ଗୋଟେ ଟ୍ରକକୁ ପଛପଟୁ ଧକ୍କା ଦେଇଛି...

ନିଖୋଜ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପାଟଣାଗଡ ୧୯।୯ (ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣଗଡ ଥାନା ସରମୁହାଣ ଓ ଭଇଁଷା ଗାଁର ମୁଖ୍ୟ ରାସ୍ତା କଡ଼ରେ ଏକ ମହୁଲ ଗଛରେ ଯୁବକଙ୍କ...

ଅଡ଼ୁଆରେ ଚମ୍ପୁଆ ବିଧାୟକ:ଆବେଦନ ଖାରଜ କଲେ ହାଇକୋର୍ଟ

କଟକ,୧୯ା୯ (କାର୍ତ୍ତିକ ସାହୁ):କେନ୍ଦୁଝର ଜିଲା ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ବିରୋଧରେ ଆଗତ ନିର୍ବାଚନ ଅନିୟମିତତା ଆବେଦନ ହାଇକୋର୍ଟରେ ବୁଧବାର ଖାରଜ ହୋଇଛି। ଏହି ଆବେଦନ...

ସିଏଜି ରିପୋର୍ଟରେ ଚାଞ୍ଜଲ୍ୟକର ଖୁଲାସା:ଜଙ୍ଗଲ ଜମିରେ ଓଏମ୍‌ସିର ଖଣି ଖନନ

ଯାଜପୁର,୧୯ା୯(ହର୍ଷବର୍ଦ୍ଧନ ବେହେରା):ବିନା ଅନୁମତିରେ ଜଙ୍ଗଲ ଜମିର ବ୍ୟବହାର କାରଣରୁ ଓଡ଼ିଶା ଖଣି ନିଗମ(ଓଏମ୍‌ସି) ଅଡୁଆରେ ପଡିଛି। ଏଥିଯୋଗୁ ଓଏମ୍‌ସିକୁ ୪୭.୧୨ କୋଟି ଟଙ୍କା ଜରିମାନା ଦେବାକୁ...

କମାଲ୍‌ କଲେ ଶିଶୁ ବୈଜ୍ଞାନିକ ଦିବ୍ୟାଶା

ବରଗଡ଼, ୧୯।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ କେଶାଇପାଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ଦିବ୍ୟାଶା ପ୍ରଧାନଙ୍କ ପ୍ରକଳ୍ପ ମଲ୍ଟି ପରପୋଜ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri