Categories: ଜାତୀୟ

ରାଜଧାନୀରେ ବଦଳିଲା ପାଣିପାଗ

ନୂଆଦିଲ୍ଲୀ,୧୬।୬: ଦେଶର ରାଜଧାନୀ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଶୁକ୍ରବାର ମଧ୍ୟାହ୍ନରେ ଝିପିଝିପି ବର୍ଷା ହୋଇଛି। ଏହି ବର୍ଷା ଫଳରେ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଝିପିଝିପି ବର୍ଷାର ମଜା ନେଇଛନ୍ତି ଦିଲ୍ଲୀବାସୀ। ଗତ କିଛିଦିନ ହେବ ଲୋକେ ଭିଷଣ ଗରମ ଓ ଲୁ ଯୋଗୁ ଅସ୍ତବ୍ୟସ୍ତ ହୋଇ ପଡିଥିଲେ। ସକାଳୁ ସକାଳୁ ବି ତାତିରୁ ତ୍ରାହି ମିଳୁ ନ ଥିଲା।
ତେବେ ଏହି ବର୍ଷା ‘ବିପର୍ଯ୍ୟୟ’ କାରଣରୁ ହୋଇ ନ ଥିବା ସ୍ପଷ୍ଟ କରିଛନ୍ତି ପାଣିପାଗ ବିଭାଗର ବୈଜ୍ଞାନିକ। ଏହା ପୂର୍ବରୁ ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ କୁଲଦୀପ ଶ୍ରୀବାସ୍ତବ ଏକ ପ୍ରଶ୍ନର ଉତ୍ତରରେ କହିଥିଲେ କି ବିପର୍ଯ୍ୟୟର ପ୍ରଭାବ ମୁଖ୍ୟତଃ ପୂର୍ବ ଓ ପଶ୍ଚିମ ରାଜସ୍ଥାନରେ ଦେଖିବାକୁ ମିଳିବ। ତେଣୁ ଦିଲ୍ଲୀର ବର୍ଷାସହ ଏହାର କୌଣସି ସମ୍ପର୍କ ନାହିଁ।

Share