ନୂଆଦିଲ୍ଲୀ,୨।୧୨: ୨୬ ଦିନ ପରେ ଦିଲ୍ଲୀର କ୍ଷମତାସୀନ କେଜ୍ରିୱାଲ ସରକାର ବୁଧବାର ପେଟ୍ରୋଲ ଉପରେ ଲାଗୁ ହେଉଥିବା ଭାଟ୍କୁ ଏକା ଥରକେ ୮ ଟଙ୍କା ହ୍ରାସ କରିଛନ୍ତି। ଫଳରେ ପେଟ୍ରୋଲର ଲିଟର ପିଛା ଦାମ ପ୍ରାୟ ୯୬ ଟଙ୍କାରେ ପହଞ୍ଚତ୍ଛି ବୋଲି ସୂଚନା ମିଳିଛି। ବୁଧବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀ ସରକାରଙ୍କ କ୍ୟାବିନେଟ ବୈଠକ ବସିଥିଲା। ଉକ୍ତ ବୈଠକରେ ଦିଲ୍ଲୀର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ବିଶେଷକରି ତୈଳ ଦରକୁ ନେଇ ବ୍ୟାପକ ଚର୍ଚ୍ଚା ହୋଇଥିଲା। ଏହାପରେ କ୍ୟାବିନେଟ୍ର ନିଷ୍ପତ୍ତିକ୍ରମେ ପେଟ୍ରୋଲ ଉପରେ ଲାଗୁଥିବା ଭାଟ୍କୁ ସରକାର ୮ ଟଙ୍କା ହ୍ରାସ କରିଥିବା ଘୋଷଣା କରାଯାଇଥିଲା। ଏହି ଦର ହ୍ରାସ ଯୋଗୁ ଦିଲ୍ଲୀବାସୀ ଗୁରୁବାର ଠାରୁ ପ୍ରାୟ ୯୬ ଟଙ୍କାରେ ପେଟ୍ରୋଲ କ୍ରୟ କରିବେ ବୋଲି ଜଣାପଡ଼ିଛି।