Categories: ଜାତୀୟ

ମଦ୍ୟପାନ କରିଥିଲେ ଅଭିଯୁକ୍ତ

ନୂଆଦିଲ୍ଲୀ,୧୩।୧: ଦିଲ୍ଲୀର କାଞ୍ଝେଓ୍ବାଲା ମାମଲାରେ ଅଭିଯୁକ୍ତମାନଙ୍କ ରକ୍ତ ନମୂନା ରିପୋର୍ଟ ଆସିଛି। ଦିଲ୍ଲୀ ପୋଲିସକୁ ମିଳିଥିବା ରିପୋର୍ଟରେ ଅଭିଯୁକ୍ତମାନେ ମଦ୍ୟପାନ କରିଥିଲେ। ଏଥିସହ ଘଟଣା ସମୟରେ ଗାଡ଼ିରେ ୪ ଅଭିଯୁକ୍ତ ଉପସ୍ଥିତ ଥିବା ଏଫଏସ୍‌ଏଲ୍‌ ସ୍ପଷ୍ଟ କରିଛି।

ପ୍ରକାଶ ଯେ,ନୂଆ ବର୍ଷ ପ୍ରଥମ ଦିନରେ ୨୦ ବର୍ଷୀୟା ଯୁବତୀ ଅଞ୍ଜଳିଙ୍କ ସ୍କୁଟିକୁ ଏକ କାର୍‌ ଧକ୍କା ଦେଇଥିଲା। ଏହାପରେ କାର୍‌ରେ ଫସି ରହିଥିବା ଯୁବତୀଙ୍କୁ ଅଭିଯୁକ୍ତ ସୁଲତାନପୁରୀରୁ କାଞ୍ଝେଓ୍ବାଲା ପର୍ଯ୍ୟନ୍ତ ପ୍ରାୟ ୧୨ କିମି ପର୍ଯ୍ୟନ୍ତ ଟାଣି ନେଇଥିଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଦିଲ୍ଲୀ ପୋଲିସ କାର୍ଯ୍ୟାନୁଷ୍ଠାନ ସ୍ବରୂପ ରୋହିଣୀ ଜିଲାରେ ନିୟୋଜିତ ହୋଇଥିବା ୧୧ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଥିଲା। ପୂର୍ବରୁ ଏହି ଘଟଣାରେ ମୋଟ ୬ଜଣଙ୍କୁ ଗିରଫ କରାଯାଇଛି।

Share