ଟୁଇଟର ସିଇଓ ପରାଗ ଅଗ୍ରୱାଲଙ୍କ ପତ୍ନୀ ବିନିତାଙ୍କୁ ମସ୍କ ଦେଇ ପାରନ୍ତି ବଡ ଦାୟିତ୍ୱ

କାଲିଫର୍ନିଆ,୭ ।୫: ଟୁଇଟରର ନୂଆ ମାଲିକ ହେବାକୁ ଯାଉଥିବା ଏଲନ ମସ୍କ ଏଥିରେ ୪୪ ଅରବ ଡଲାର ଡିଲ କରିଛନ୍ତି । ନ୍ୟୁଜ ଏଜେନ୍ସି ବ୍ଲୁମବର୍ଗର ସୂଚନା ଅନୁଯାୟୀ, ଏଲନ ମସ୍କଙ୍କ ସହ ଭାଗିଦାର ହୋଇ ନିବେଶ କରିବାକୁ ଇଚ୍ଛା ପ୍ରକାଶ କଲେଣି । ସେଥିମଧ୍ୟରୁ ଗୋଟିଏ ହେଉିଛି ଆମେରିକା ବେଂଚର କ୍ୟାପିଟାଲ କମ୍ପାନୀ ଆଣ୍ଡ୍ରେସେନ ହୋରୋୱିଜ, ଯେ କି ଏଲନ ମସ୍କଙ୍କ ସହ ୭ ଅରବ ଡଲାରର ନିବେଶ କରିବାକୁ ଘୋଷଣା କରିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି କମ୍ପାନୀରେ ଟୁଇଟରର ଏବେକାର ସିଇଓ ପରାଗ ଅଗ୍ରୱାଲଙ୍କ ପତ୍ନୀ ବିନିତା ଅଗ୍ରୱାଲ ଜେନରାଲ ପାର୍ଟନର ଅଛନ୍ତି ।
ଏଥିରୁ ଅନୁମାନ କରାଯାଉଛି କି ଯଦି ଆଣ୍ଡ୍ରେସେନ ହୋରୋୱିଜର ଏହି ଡିଲ ପୂରଣ ହୋଇଗଲା ତେବେ ଟୁଇଟରରେ ବିନିତା ଅଗ୍ରୱାଲଙ୍କୁ ବଡ ଦାୟିତ୍ୱ ଦିଆଯାଇପାରେ । ସୂଚନାଯୋଗ୍ୟ, ଟୁଇଟରର ସିଇଓ ପରାଗ ଅଗ୍ରୱାଲଙ୍କ ପତ୍ନୀ ବିନିତା ଅଗ୍ରୱାଲ ଷ୍ଟେନଫୋର୍ଡ ସ୍କୁଲ ଅଫ ମେଡିସିନରେ ଫିଜିସିୟାନ ଓ ଆସିଷ୍ଟାଣ୍ଡ କ୍ଲିନିକାଲ ପ୍ରଫେସର ଅଛନ୍ତି । ଏହାପୂର୍ବରୁ ବିନିତା ଫ୍ଲୋଟିରନ ହେଲ୍‌ଥରେ ପ୍ରଡକ୍ଟ ମ୍ୟାନେଜମେଣ୍ଟର ଡାଇରେକ୍ଟର ରହି ସାରିଛନ୍ତି ।

Share