ୟୁରୋପରେ ଷ୍ଟିଲଥ୍‌ ଓମିକ୍ରନ୍‌ ଆତଙ୍କ, ୪୦ରୁ ଅଧିକ ଦେଶକୁ ବ୍ୟାପିଲା…

ଓ୍ବାଶିଂଟନ, ୨୩।୧ : ଓମିକ୍ରନ୍‌ ପରେ ଏବେ ୟୁରୋପରେ ନୂଆ ଭାରିଆଣ୍ଟ୍‌ ଷ୍ଟିଲଥ୍‌ ଓମିକ୍ରନ୍‌ ( ବିଏ.୨)ଆତଙ୍କ ସୃଷ୍ଟି କରିଛି। ଇତିମଧ୍ୟରେ ଷ୍ଟିଲଥ୍‌ ଓମିକ୍ରନ୍‌ ୪୦ରୁ ଅଧିକ ଦେଶକୁ ବ୍ୟାପିଛି। ଷ୍ଟିଲଥ୍‌ ଓମିକ୍ରନ୍‌ ଭୂତାଣୁ ଆଣଶିଟି-ପିସିଆର ପରୀକ୍ଷାରେ ମଧ୍ୟ ଜଣାପଡ଼ି ନ ଥାଏ ବୋଲି ବିଶେଷଜ୍ଞ କହିଛନ୍ତି। ଏହି ନୂଆ ଭାରିଆଣ୍ଟ୍‌ ଯୋଗୁ ପୁଣି ଅନ୍ୟ ଏକ ଲହର ଆସିବାର ଆଶଙ୍କା ରହିଥିବା ଅନୁମାନ କରାଯାଉଛି।

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅନୁସାରେ ଓମିକ୍ରନ୍‌ ଭାରିଆଣ୍ଟ୍‌ର ୩ଟି ନୂଆ ସବ୍‌-ଭାରିଆଣ୍ଟ୍‌ ରହିଛି। ସେସବୁକୁ ଯଥାକ୍ରମେ ବିଏ.୧, ବିଏ.୨ ଏବଂ ବିଏ.୩ ଭାବେ ନାମିତ କରାଯାଇଛି। ସେଥି ମଧ୍ୟରୁ ବିଏ.୨ ସବ୍‌ ଭାରିଆଣ୍ଟ୍‌ ଦ୍ରୁତ ବେଗରେ ସଂକ୍ରମଣ ସୃଷ୍ଟି କରୁଥିବା ବିଶେଷଜ୍ଞ କହିଛନ୍ତି। ଏହାକୁ ଚିନ୍ତାଜନକ ସବ୍‌-ଭାରିଆଣ୍ଟ୍‌ ଭାବେ ଘୋଷଣା କରାଯାଇଛି।

ଡେନ୍‌ମାର୍କ ସହିତ ନରଓ୍ବେ, ସ୍ବିଡେନ୍‌ ଏବଂ ଭାରତରେ ଏହି ସବ୍‌ ଷ୍ଟ୍ରେନ୍‌ ସଂକ୍ରମଣ ଜାରି ରହିଛି। ଭାରତ ଏବଂ ଫ୍ରାନ୍ସ୍‌ର ବୈଜ୍ଞାନିକ ଏହି ସବ୍‌ ଭାରିଆଣ୍ଟ୍‌ ଦ୍ରୁତ ବ୍ୟାପୁଥିବା ନେଇ ଚେତାବନୀ ଦେଇଛନ୍ତି।

Share