୫ ବର୍ଷରେ ମଲେଣି ୪୦୯ ହାତୀ

ଭୁବନେଶ୍ୱର,୨୩ା୫(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି ହାତୀ ମୃତ୍ୟୁ। କେତେବେଳେ ବିଦ୍ୟୁତ ତାର ଲାଗି ହାତୀଙ୍କ ମୃତ୍ୟୁ ଘଟୁଛି ତ ଆଉ କେତେବେଳେ ବିଷ ଖାଇ, ଟ୍ରେନ ଧକ୍କାରେ, ଶିକାରୀଙ୍କ ଗୁଳି ଓ ରୋଗରେ ଜୀବନ ଯାଉଛି। ଓଡ଼ିଶା ବନ୍ୟପ୍ରାଣୀ ସମିତିର ଏକ ପରିସଂଖ୍ୟାନ ଅନୁସାରେ, ଗତ ୫ ବର୍ଷରେ ଅର୍ଥାତ୍‌ ୨୦୧୭-୧୮ ରୁ ୨୦୨୧-୨୨ ମଧ୍ୟରେ ଓଡ଼ିଶାରେ ୪୦୯ ହାତୀ ମରିଛନ୍ତି। ତେବେ ଚଳିତବର୍ଷ ଜୁନ୍‌ ପର୍ଯ୍ୟନ୍ତ ଆହୁରି ୮ ହାତୀଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟ କହୁଛି। କିନ୍ତୁ ବାସ୍ତବ ମୃତ୍ୟୁସଂଖ୍ୟା ଏହାଠାରୁ ଢେର୍‌ ଅଧିକ ରହିଥିବା ଅନୁମାନ କରାଯାଉଛି। କାରଣ ଅନେକ ମୃତ୍ୟୁ ଘଟଣା ପଦାକୁ ଆସୁ ନ ଥିବାବେଳେ କେତେକ ଘଟଣାକୁ ବନ ବିଭାଗ ଲୁଚାଇଥିବା ମଧ୍ୟ ନଜିର ରହିଛି। ଏହାବାଦ ଗତ ଅଢ଼େଇ ବର୍ଷ ଭିତରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ୨୪ ହାତୀଦାନ୍ତ ଜବତ କରିଛି। ଅନ୍ୟ କେତେକ ଘଟଣାରେ ବନ ବିଭାଗ ମଧ୍ୟ ଦାନ୍ତ ଜବତ କରିଛି। ଏଥିରୁ ସ୍ପଷ୍ଟ ହେଉଛି, କୌଣସି ନା କୌଣସି ଦନ୍ତା ହାତୀକୁ ମାରିବା ପରେ ହିଁ ଦାନ୍ତ କଟାଯାଇଛି। ସେହିଭଳି ଆଠଗଡ଼ ନରସିଂହପୁର ୱେଷ୍ଟ ରେଞ୍ଜରେ ଏକ ହାତୀ ମୃତ୍ୟୁକୁ ଲୁଚାଯାଇଥିଲା। ମୃତ ହାତୀ ବ୍ୟବଚ୍ଛେଦ ନ କରାଇ ଜେସିବି ଲଗାଇ ପୋତି ଦେବା ଘଟଣାରେ ରେଞ୍ଜ ଅଫିସର, ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ନିଲମ୍ବିତ ହୋଇଥିଲେ। ଏଭଳି ଅନ୍ୟ କେତେକ ସ୍ଥାନରେ ଯେ ବନ ଅଧିକାରୀ ଓ କର୍ମଚାରୀମାନେ ବ୍ୟବଚ୍ଛେଦ ନ କରି ହାତୀଙ୍କୁ ପୋତି ନ ଥିବେ କିମ୍ବା ଘଟଣାକୁ ଲୁଚାଇ ନ ଥିବେ କିଏ କହିବ? ତେଣୁ ରାଜ୍ୟର ଜନସାଧାରଣ ଓ ବନ୍ୟ ପ୍ରାଣୀ ବିଶେଷଜ୍ଞମାନେ ଆଉ ବନ ବିଭାଗକୁ ଭରସା କରି ପାରୁନାହାନ୍ତି। ଏଥିସହ ହାତୀଙ୍କ ସୁରକ୍ଷା ଓ ସ୍ଥିତିକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି।
ରାଜ୍ୟରେ ବଢ଼ି ଚାଲିଥିବା ହାତୀମୃତ୍ୟୁ ଘଟଣାରେ କେନ୍ଦ୍ର ସରକାର ତୁରନ୍ତ ହସ୍ତକ୍ଷେପ କରିବା ପାଇଁ ଆନିମଲ ୱେଲଫେୟାର ଟ୍ରଷ୍ଟର ମୁଖ୍ୟ ପୁରବୀ ପାତ୍ର ଇ-ମେଲ ଜରିଆରେ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପିନ୍ଦର ଯାଦବ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଛନ୍ତି। ନଚେତ ଓଡ଼ିଶାରେ ହାତୀବଂଶ ଲୋପ ପାଇଯିବ ବୋଲି ପୁରବୀ କହିଛନ୍ତି। ସେହିଭଳି ହାତୀ ତଥା ଅନ୍ୟ ବନ୍ୟପ୍ରାଣୀଙ୍କ ମୃତ୍ୟୁ ବା ଶିକାର ଘଟଣାରେ ରାଜ୍ୟର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକଙ୍କ ଅସମ୍ଭବ ନୀରବତାକୁ ତୀବ୍ର ସମାଲୋଚନା କରିଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ ବିଶ୍ୱଜିତ ମହାନ୍ତି। ଜଣେ କି ଦୁଇ ଜଣଙ୍କୁ ଛାଡ଼ି ଦେଲେ, ବାକି ସମସ୍ତ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକମାନେ ଅକର୍ମା ଏବଂ ସୁବିଧାବାଦୀ ବୋଲି ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏନେଇ ବିଶ୍ୱଜିତ ଗୁରୁତର ଅଭିଯୋଗ ଆଣିଛନ୍ତି।
ସେପଟେ ଟ୍ରେନ୍‌ ଧକ୍କାରେ ହାତୀ ମୃତ୍ୟୁ ରୋକିବା ପାଇଁ ସୋଲାରଚାଳିତ ବାୟୋ-ଆକୋଷ୍ଟିକ୍‌ସ ବ୍ୟବହାର ଲାଗି ବେଙ୍ଗାଲୁରୁସ୍ଥିତ ଜିଓ ଇକୋସାଇନ୍ସେସ୍‌ ପ୍ରା. ଲି.ର ନିର୍ଦ୍ଦେଶକ ମହେଶ ଏସ୍‌.ଏସ୍‌. ରାଜ୍ୟର ମୁଖ୍ୟ ବନ୍ୟ ପ୍ରାଣୀ ତତ୍ତ୍ୱାବଧାରକଙ୍କୁ ପ୍ରସ୍ତାବ ଦେଇଛନ୍ତି। ଟ୍ରେନ ଆସିବାର କେଇ ମିନିଟ୍‌ ପୂର୍ବରୁ ଏହି ବାୟୋ-ଆକୋଷ୍ଟିକସ୍‌ ଯନ୍ତ୍ରଗୁଡ଼ିକରୁ ଶବ୍ଦ ନିର୍ଗତ ହେବ ଏବଂ ସେହି ଶବ୍ଦ ଶୁଣି ହାତୀମାନେ ଆଉ ରେଳ ଧାରଣା ଆଡ଼କୁ ଆସିବେ ନାହିଁ। ସବୁଠାରୁ ବଡ଼ କଥା ହେଲା ଏହି ଯନ୍ତ୍ରଗୁଡ଼ିକ ଲଗାଇବା ପାଇଁ ଅଧିକ କିଛି ଜମି, ବିଜୁଳି ଶକ୍ତି ବା ସିକ୍ୟୁରିଟି ଗାର୍ଡ ଦରକାର ହେବ ନାହିଁ ବୋଲି ମହେଶ ତାଙ୍କ ପ୍ରସ୍ତାବରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀ ୟୁଥ୍‌ କନକ୍ଲେଭ ୨୦୨୪: ଭିରାହ ବ୍ୟାଣ୍ଡର ସଙ୍ଗୀତ ପରିବେଷଣ

ଭୁବନେଶ୍ୱର,୨୩।୧୧: ଭୁବନେଶ୍ୱରର ପ୍ରେସ୍‌ କ୍ଲବଠାରେ ଅନୁଷ୍ଠିତ ହୋଇଯାଇଛି ଧରିତ୍ରୀ ୟୁଥ୍‌ କନକ୍ଲେଭ ୨୦୨୪। ଶନିବାର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବର୍ତ୍ତମାନ କନକ୍ଲେଭରେ...

ଧର୍ମଶାଳା ବିଧାୟକଙ୍କୁ ମାଡ଼ ମାରିବା ପ୍ରସଙ୍ଗରେ ବର୍ଷିଲେ ପ୍ରମିଳା, କହିଲେ ରାତିରେ କାହିଁକି…

ଭୁବନେଶ୍ୱର,୨୩ା୧୧: ଯାଜପୁର ଜିଲା ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ମାଡ଼ ମାରିବା ପ୍ରସଙ୍ଗରେ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ଶନିବାର ପ୍ରବଳ ବର୍ଷିଛନ୍ତି। ପ୍ରମିଳା ତାଙ୍କ...

ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ

ବଲାଙ୍ଗୀର,୨୩ା୧୧(ସୁନୀଲ ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ରାସ୍ତା ଖର୍ଲିକାନି ଛକରେ ଶନିବାର ଏକ ବାଇକ ଦୁର୍ଘଟଣାରେ ଦୁଇ ସାଙ୍ଗଙ୍କର ମୃତ୍ୟୁ ହୋଇଛି। ମୃତକ ଦ୍ୱୟ ନିକଟସ୍ଥ...

ଧାନ କିଣାକୁ ନେଇ ଯୋଗାଣ ମନ୍ତ୍ରୀଙ୍କ କଡ଼ା ଚେତାବନୀ, ମିଲରଙ୍କୁ କହିଲେ…

ଭୁବନେଶ୍ୱର,୨୩।୧୧: ଧାନ କିଣା ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ରପାତ୍ରଙ୍କ କଡ଼ା ଚେତାବନୀ। ମିଲରଙ୍କୁ ତାଗିଦ୍‌ କଲେ ମନ୍ତ୍ରୀ। ମନ୍ତ୍ରୀ ପାତ୍ର କହିଛନ୍ତି, ମଣ୍ଡି ବ୍ୟତୀତ ବାହାରୁ...

‘ସୁଭଦ୍ରା’ ଯୋଜନାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ବାଦ୍‌ ପଡ଼ିଲେ….

ଭୁବନେଶ୍ୱର,୨୩।୧୧: ‘ସୁଭଦ୍ରା’ ଯୋଜନାକୁ ନେଇ ଶନିବାର ବଡ଼ ଅପ୍‌ଡେଟ୍‌ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ‘ସୁଭଦ୍ରା’ରୁ ବାଦ ୨.୬୭ ଲକ୍ଷ ହିତାଧିକାରୀଙ୍କ ଯାଞ୍ଚ ଶେଷ ହୋଇଥିବା...

ବ୍ୟବସାୟୀଙ୍କୁ ଧମକ ଦେବା ଅଭିଯୋଗରେ ଜେଲ୍‌ ଗଲେ ବବି ଦାସଙ୍କ ଭାଇ

ଯାଜପୁର,୨୩।୧୧: ଜଣେ ବ୍ୟବସାୟୀଙ୍କୁ ଧମକ ଦେବା ଅଭିଯୋଗରେ ଗିରଫ ହୋଇ ଜେଲ୍‌ ଯାଇଛନ୍ତି ବିଜେଡି ନେତା ବବି ଦାସଙ୍କ ଭାଇ ଭବ ପ୍ରସାଦ ଦାସ। ଆଜି...

ଧରିତ୍ରୀ ୟୁଥ୍‌ କନକ୍ଲେଭ ୨୦୨୪ ଆରମ୍ଭ

ଭୁବନେଶ୍ୱର,୨୩।୧୧: ଭୁବନେଶ୍ୱରର ପ୍ରେସ୍‌ କ୍ଲବଠାରେ ଆରମ୍ଭ ହୋଇଛି ଧରିତ୍ରୀ ୟୁଥ୍‌ କନକ୍ଲେଭ ୨୦୨୪। ୨ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ରେଜିଷ୍ଟ୍ରେସନ ସରିଛି।...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri