Categories: ଜାତୀୟ

୭ ବର୍ଷରେ ୮୦୦ ଯବାନ କରିଛନ୍ତି ଆତ୍ମହତ୍ୟା

ନୂଆଦିଲ୍ଲୀ,୨୩।୩: ଗତ ୭ ବର୍ଷ ମଧ୍ୟରେ ଭାରତୀୟ ସେନାର ୮୦୦ ଯବାନ ଆତ୍ମହତ୍ୟା କରିଛନ୍ତି। ୨୦୧୪ଠାରୁ ବର୍ତ୍ତମାନ ସୁଦ୍ଧା ସ୍ଥଳସେନା, ବାୟୁସେନା ଏବଂ ନୌସେନାର ଯବାନଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବୃତ୍ତି ବୃଦ୍ଧି ପାଉଥିବା ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ରିପୋର୍ଟ ପ୍ରଦାନ କରାଯାଇଛି। ରାଜ୍ୟ ସଭାରେ ପ୍ରତିରକ୍ଷା ରାଷ୍ଟ୍ର ମନ୍ତ୍ରୀ ଶ୍ରୀପଦ ନାଇକ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଏସମ୍ପର୍କିତ ସୂଚନା ଦେଇଛନ୍ତି। ଭାରତୀୟ ସେନାର ୨୦ ଜଣ ଯବାନଙ୍କ ମୃତ୍ୟୁ ପରସ୍ପର ମଧ୍ୟରେ ଗଣ୍ଡଗୋଳ ଯୋଗୁ ହୋଇଛି। ସ୍ଥଳସେନାର ୫୯୧ ଯବାନ ଆତ୍ମହତ୍ୟା କରିଛନ୍ତି। ସେହିପରି ବାୟୁସେନାରେ ଏହି ସଂଖ୍ୟା ୧୬୦ ଏବଂ ନୌସେନାରେ ୩୬ ରହିଛି। ପ୍ରତିବର୍ଷ ହାରାହାରି ୧୦୦ ଜଣ ଯବାନ ଆତ୍ମହତ୍ୟା କରୁଥିବା ରିପୋର୍ଟରେ ଦର୍ଶାଯାଇଛି। ମାନସିକ ଚାପ ଯୋଗୁ ଏଭଳି ପ୍ରବୃତ୍ତି ସୃଷ୍ଟି ହେଉଛି। ଏଥି ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ ଉପରେ ଗୁରୁତ୍ୱାରୋପ କରାଯାଉଛି।

Share