ଭୁବନେଶ୍ୱର, ୫।୧୨(ବ୍ୟୁରୋ): ରାଜ୍ୟରେ ସରକାରୀ ବିଦ୍ୟାଳୟରୁ ମୁହଁ ଫେରାଉଛନ୍ତି ପିଲା। ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ଘରୋଇ ସ୍କଲକୁ ନେଇଯାଉଥିବାରୁ ପ୍ରତିବର୍ଷ ନାମଲେଖା ହାର କମୁଛି। ଫଳରେ ବିଗତ କିଛିବର୍ଷ ହେବ ପିଲାଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଥିବାବେଳେ ଘରୋଇ ସ୍କୁଲରେ ବୃଦ୍ଧି ପାଉଛି। ବିଭାଗୀୟ ତଥ୍ୟକୁ ତର୍ଜମା କଲେ ସରକାରୀ ଶିକ୍ଷା ବ୍ୟବସ୍ଥା ଏକପ୍ରକାର ବିଗିଡିବାରେ ଲାଗିଛି। ଗତ ୬ବର୍ଷରେ ସରକାରୀ ସ୍କୁଲରୁ ଛାତ୍ରୀଛାତ୍ରଙ୍କ ସଂଖ୍ୟା ୧୦ହଜାର କମିଛି। କିନ୍ତୁ ଏହି ସମୟ ମଧ୍ୟରେ ଘରୋଇ ଓ ଅନ୍ୟାନ୍ୟ ସ୍କୁଲରେ ଛାତ୍ରୀଛାତ୍ରଙ୍କ ସଂଖ୍ୟା ୩ଲକ୍ଷ ବୃଦ୍ଧି ପାଇଛି। ଶିକ୍ଷାର ମାନ, ପରିବେଶ ଓ ବିଭିନ୍ନ କ୍ଷେତ୍ରରେ ରହିଥିବା ପାର୍ଥକ୍ୟ ଯୋଗୁ ସରକାରୀ ସ୍କୁଲର ଏ ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି।
ମିଳିଥିବା ତଥ୍ୟ ଅନୁସାରେ, ୨୦୧୪-୧୫ ଶିକ୍ଷା ବର୍ଷରେ ରାଜ୍ୟରେ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ମୋଟ ୬୫,୪୩,୯୭୩ ଛାତ୍ରୀଛାତ୍ର ନାମ ଲେଖାଇଥିଲେ। କିନ୍ତୁ ୨୦୧୫-୧୬ରେ ତାହା କମିଯାଇ ୬୩,୯୧,୨୪୮ରେ ପହଞ୍ଚତ୍ଥିଲା। ଏହାପରେ ୨୦୧୬-୧୭ରେ ୬୨,୩୦,୩୧୦, ୨୦୧୭-୧୮ରେ ୫୯,୪୩,୪୪୮, ୨୦୧୮-୧୯ରେ ୫୭,୪୨,୬୪୯ ଏବଂ ୨୦୧୯-୨୦ରେ ୫୫,୪୭,୧୧୬ଜଣ ଛାତ୍ରୀଛାତ୍ର ନାମ ଲେଖାଇଛନ୍ତି। କିନ୍ତୁ ଏହି ସମୟ ମଧ୍ୟରେ ଅର୍ଥାତ୍ ୨୦୧୪-୧୫ରେ ଘରୋଇ ସ୍କୁଲରେ ୧୦,୬୮,୦୬୯ ଛାତ୍ରୀଛାତ୍ର ନାମ ଲେଖାଇଥିବାବେଳେ ୨୦୧୫-୧୬ରେ ଏହା ବୃଦ୍ଧି ପାଇ ୧୧,୮୭,୪୬୧ରେ ପହଞ୍ଚତ୍ଥିଲା। ୨୦୧୬-୧୭ରେ ୧୨,୨୨,୯୯୫, ୨୦୧୭-୧୮ରେ ୧୨,୭୭,୭୬୬, ୨୦୧୮-୧୯ରେ ୧୨,୮୨,୯୪୦ ଏବଂ ୨୦୧୯-୨୦ରେ ୧୩,୭୦,୨୮୧ଜଣ ଛାତ୍ରୀଛାତ୍ର ନାମ ଲେଖାଇଛନ୍ତି।
ଅନ୍ୟପକ୍ଷରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ପିଲାଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଉଛି। ୨୦୧୪-୧୫ ଶିକ୍ଷା ବର୍ଷରେ ୨୧,୭୪,୧୫୬ଜଣ ଅନୁସୂଚିତ ଜନଜାତି ପିଲା ନାମ ଲେଖାଇଥିଲେ। କିନ୍ତୁ ୨୦୧୫-୧୬ରେ ୨୧,୬୬,୨୪୫, ୨୦୧୬-୧୭ରେ ୨୧,୪୨,୨୩୦, ୨୦୧୭-୧୮ରେ ୨୦,୫୮,୯୫୫, ୨୦୧୮-୧୯ରେ ୨୦,୦୪,୩୪୬ ଏବଂ ୨୦୧୯-୨୦ରେ ୧୯,୬୮,୫୪୪କୁ ହ୍ରାସ ପାଇଛି। ସେହିପରି ୨୦୧୪-୧୫ ଶିକ୍ଷା ବର୍ଷରେ ୧୪,୫୮,୫୫୩ ଅନୁସୂଚିତ ଜାତି ପିଲା ନାମ ଲେଖାଇଥିଲେ। କିନ୍ତୁ ୨୦୧୫-୧୬ରେ ଏହା ୧୪,୩୮,୧୫୬କୁ ହ୍ରାସ ପାଇଥିବାବେଳେ ୨୦୧୬-୧୭ରେ ୧୪,୧୦,୯୫୦, ୨୦୧୭-୧୮ରେ ୧୩,୮୭,୫୭୬, ୨୦୧୮-୧୯ରେ ୧୩,୧୬,୧୦୦ଜଣ ନାମଲେଖାଇଛନ୍ତି। କିନ୍ତୁ ୨୦୧୯-୨୦ରେ ନାମଲେଖା ସାମାନ୍ୟ ବୃଦ୍ଧି ପାଇ ୧୩,୧୭,୩୬୯ରେ ପହଞ୍ଚତ୍ଥିଲା।
ଡ୍ରପ୍ଆଉଟ୍ ହାର ଅଧିକ ରହୁଛି
ସରକାରୀ ସ୍କୁଲ୍ରୁ ପ୍ରତିବର୍ଷ ଡ୍ରପ୍ଆଉଟ୍ ହାର ବଢୁଛି। ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଥିଲେ ମଧ୍ୟ ତାହା ସମ୍ଭବ ହେଉ ନ ଥିବାରୁ ପିଲାମାନେ ସ୍କୁଲ ଛାଡ଼ୁଥିବା ଜଣାପଡିଛି। ବିଶେଷକରି ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଅଧିକ ପିଲା ସଂଖ୍ୟା ହ୍ରାସ ପାଉଥିବା ନେଇ ଖୋଦ୍ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ମିଳିଥିବା ତଥ୍ୟ ଅନୁସାରେ, ୨୦୧୪-୧୫ରେ ପ୍ରାଥମିକରେ ଡ୍ରପ୍ ଆଉଟ୍ ହାର ୧.୬% ଥିବାବେଳେ ଉଚ୍ଚ ପ୍ରାଥମିକରେ ୪.୨%, ମାଧ୍ୟମିକରେ ୧୪.୩% ରହିଥିଲା। ସେହିପରି ୨୦୧୫-୧୬ରେ ପ୍ରାଥମିକ ୨.୮%, ଉଚ୍ଚ ପ୍ରାଥମିକ ୩.୯%, ମାଧ୍ୟମିକରେ ୬.୦%, ୨୦୧୬-୧୭ରେ ପ୍ରାଥମିକ ୪.୨%, ଉଚ୍ଚ ପ୍ରାଥମିକ ୫.୨%, ମାଧ୍ୟମିକରେ ୭.୦%, ୨୦୧୭-୧୮ରେ ପ୍ରାଥମିକ ୫.୮%, ଉଚ୍ଚ ପ୍ରାଥମିକ ୫.୫%, ମାଧ୍ୟମିକ ୫.୭% ଏବଂ ୨୦୧୮-୧୯ରେ ପ୍ରାଥମିକ ୫.୪%, ଉଚ୍ଚ ପ୍ରାଥମିକ ୬.୯% ଓ ମାଧ୍ୟମିକରେ ଡ୍ରପ୍ଆଉଟ୍ ହାର ୫.୪% ରହିଛି।