ନୂଆଦିଲ୍ଲୀ,୨୫।୭: କରୋନା ସମୟରେ ମାସ୍କ ଲଗାଇବା ଜରୁରୀ ହୋଇ ପଡିଛି। ଏଥି ଲାଗି ବଜାରରେ ବିଭିନ୍ନ ବର୍ଗରେ ମାସ୍କ ଉପଲବ୍ଧ ହେଉଛି। ଏଭଳି ସ୍ଥିତିରେ ମାସ୍କ ଇନୋଭେସନ କଥା ବିଚାରକୁ ନେଲେ ବେଲଜିୟମ ଆଗରେ ରହିଥିବା ଏକ ରିପୋର୍ଟ ଆସିଛି। ବେଲଜିୟମର ଡିଜାଇନରମାନେ ମେଡିକାଲ ମାସ୍କକୁ ଚିକ୍ ଆସେସୋରିଜରେ ରୂପାନ୍ତରିତ କରି ଦେଇଥିବା ଜଣାପଡିଛି। ବ୍ରେସେଲ୍ସର ଷ୍ଟାଇଲିଷ୍ଟ ଆଡେ ଡି ବୁଲ୍ଫ ଏକ ଷ୍ଟାର୍କ ମାସ୍କ ପ୍ରସ୍ତୁତ କରିଛନ୍ତି। ଏଥିରେ ନାଇଲନ, କଶ୍ମୀର ଏବଂ ଅନ୍ୟ ଉଚ୍ଚ ଗୁଣବତ୍ତା ବିଶିଷ୍ଟ ବ୍ୟବହାର କରାଯାଇଛି। ଏହା ସହ ମାସ୍କକୁ ଲକଜରୀ ସାଲ୍ ସହ ଯୋଡା ଯାଉଛି। ଡି ବୁଲ୍ଫ ବର୍ତ୍ତମାନ ସୁଦ୍ଧା ଏଭଳି ୧୫୦୦ ମାସ୍କ ପ୍ରସ୍ତୁତ କରି ସାରିଲେଣି। ଏହି ମାସ୍କଗୁଡିକ ର ଦାମ ୧୬୦ ୟୁରୋ ବିକ୍ରି ହେଉଛି। ସେହିଭଳି ଲକଜରୀ ମାସ୍କଗୁଡିକ ୧୮୫ ଡଲାର ବା ଭାରତୀୟ ମୁଦ୍ରାରେ ୧୩୦୦୦ ଟଙ୍କାରେ ମଧ୍ୟ ଉପଲବ୍ଧ ରହିଛି। ସେହିଭଳି ଫ୍ୟାସନେବଲ ମାସ୍କର ଆରମ୍ଭ ମୂଲ୍ୟ ୭୫ ଡଲାର ରହିଛି।