ବାପାଙ୍କ ଉପରେ ପ୍ରବଳ ରାଗିଗଲେ ଜାହ୍ନବୀ

ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର ବାସ୍ତବ ଜୀବନରେ ବହୁତ ଭଦ୍ର ଏବଂ ଶାନ୍ତ ସ୍ବଭାବର ଅଟନ୍ତି। ନିକଟରେ ଜାନଭୀ ନିଜ ପରିବାର ସହ ଛୁଟି କାଟିବା ପାଇଁ ବିଦେଶ ଯାଇଥିଲେ। ଏହି ସମୟର ଫଟୋ ସେ ସୋସିଆଲ ମିଡିଆରେ ଶେୟାର କରିଥିଲେ। ଛୁଟି ସାରି ସେ ଏବେ ମୁମ୍ବାଇ ଫେରିଛନ୍ତି। ନିକଟରେ ତାଙ୍କୁ ବାପା ବୋନି କପୁରଙ୍କ ସହ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ମା’ ଶ୍ରୀଦେବୀଙ୍କ ପରଲୋକ ପରେ ଜାହ୍ନବୀ ତାଙ୍କ ବାପାଙ୍କ ଯତ୍ନ ନିଅନ୍ତି। ଯାହାର ଝଲକ୍‌ ନିକଟରେ ଦେଖିବାକୁ ମିଳିଥିଲା। ବିମାନବନ୍ଦରରେ ବାପ, ଝିଅ ଯାଉଥିବାବେଳେ କିଛି ଫଟୋଗ୍ରାଫର ବୋନି କପୁରଙ୍କୁ ମାସ୍କ କାଢିବାକୁ କହିଥିଲେ। ବାପା ମାସ୍କ କାଢିବା କ୍ଷଣି ଜାହ୍ନବୀ ତାଙ୍କୁ ଗାଳି ଦେଇଥିଲେ ଏବଂ ଭୁଲ ଉପଦେଶ ନ ଦେବାକୁ ଫଟୋଗ୍ରାଫରଙ୍କୁ କହିଥିଲେ। ଏହା ପରେ ଦୁହେଁ ଏକାଠି ମାସ୍କରେ ପୋଜ ଦେଇଥିଲେ।
ଜାହ୍ନବୀ ବଲିଉଡ ଡେବ୍ୟୁ ପୂର୍ବରୁ ତାଙ୍କ ମା ଶ୍ରୀଦେବୀଙ୍କର ଦେହାନ୍ତ ହୋଇଥିଲା। ଜାନଭି ଫିଲ୍ମ ‘ଧଡକ’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ଏହା ପରେ ଦର୍ଶକ ‘ରୁହି’ ଏବଂ ‘ଗୁଞ୍ଜନ ସକ୍ସେନା’ ଫିଲ୍ମରେ ତାଙ୍କୁ ପସନ୍ଦ କରିଥିଲେ। ୱାର୍କ ଫ୍ରଣ୍ଟରେ ସେ ଖୁବ ଶୀଘ୍ର ‘ଗୁଡଲକ ଜେରୀ’, ‘ତଖ୍‌ତ’, ‘ଦୋସ୍ତାନା ୨’ ଏବଂ ‘ରଣଭୂମି’ ଭଳି ଫିଇ୍ମରେ ନଜର ଆସିବେ।

Share