Categories: ଜାତୀୟ

ମୋଦିଙ୍କୁ ଟାର୍ଗେଟ କଲା ଶିବସେନାର ମୁଖପାତ୍ର ସାମନା, ଏନଡିଏରେ ୫ଟି ଦଳ ଇଣ୍ଡିଆ

ମୁମ୍ବାଇ,୩୦।୭: ଶିବସେନାର ମୁଖପାତ୍ର ତଥା ଖବରକାଗଜ ସାମନା ଭାଜପାକୁ ନିଜ ସ୍ତମ୍ଭରେ ଭର୍ତ୍ସନା କରିଛି। ପ୍ରଧାନମନ୍ତ୍ରୀ ମୋଦି ଇ.ଣ୍ଡି.ଆ ମେଣ୍ଟକୁ ସମାଲୋଚନା କରି ଏହାକୁ ଇଷ୍ଟ ଇଣ୍ଡିଆ କମ୍ପାନୀ କହି ଆଖ୍ୟା ଦେଇଥିଲେ। ଯାହାକୁ ନେଇ ମୋଦିଙ୍କୁ ଟାର୍ଗେଟ କରିଛି ସାମନା। ସାମନା କହିଛି, ବ୍ୟବସାୟୀ ହେବାରେ କୌଣସି କ୍ଷତି ନାହିଁ, କିନ୍ତୁ ବ୍ୟବସାୟ ଦେଶ ତଥା ଜନସାଧାରଣଙ୍କ ସ୍ବାାର୍ଥରେ ରହିଲେ କିଛି ଅସୁବିଧା ନାହିଁ। ଇଷ୍ଟ ଇଣ୍ଡିଆ କମ୍ପାନୀ ବାଣିଜ୍ୟ ମାଧ୍ୟମରେ ଦେଶରେ ରାଜ କରିଥିଲା, କିନ୍ତୁ ଇଷ୍ଟ ଇଣ୍ଡିଆ କମ୍ପାନୀ ଏବଂ ଏଥିରେ ସମ୍ପୃକ୍ତ ଲୋକଙ୍କ ବ୍ୟବସାୟୀ ଆଜିର ରାଜନୈତିକ ବ୍ୟବସାୟୀମାନଙ୍କ ପରି ନିଷ୍ଠୁର ନୁହଁନ୍ତି।

ସାମନାରେ ଆହୁରି କୁହାଯାଇଛି, ଇ.ଣ୍ଡି.ଆ ଆତଙ୍କବାଦୀ ବୋଲି ପ୍ରଧାନମନ୍ତ୍ରୀ ମୋଦି କହୁଛନ୍ତି। କିନ୍ତୁ ତାଙ୍କ ନ୍ୟାସନାଲ ଡେମୋକ୍ରାଟିକ ଆଲାଇନ୍ସ (ଏନଡିଏ)ରେ ଅତି କମ୍‌ରେ ପାଞ୍ଚଟି ଦଳ ଇଣ୍ଡିଆ ଅଛନ୍ତି। ଯେପରି କି ଅଲ ଇଣ୍ଡିଆ ଡିଏମକେ, ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆ। ତେବେ ଏହି ଇଣ୍ଡିଆର ଲୋକମାନେ ବର୍ତ୍ତମାନ କଣ କରିବେ?

Share