ଜୁଆ ଆଡ୍ଡାରେ ଚଢ଼ାଉ, ୭ ଗିରଫ

ଖଲ୍ଲିକୋଟ,୧୬ା୬ (ପ୍ରଶାନ୍ତ ମିଶ୍ର): ଖଲ୍ଲିକୋଟ ଥାନା ଅନ୍ତର୍ଗତ କନକା ଗ୍ରାମ ନିକଟରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଗୁରୁବାର ବିଳମ୍ବିତ ରାତିରେ ପୋଲିସ ଚଢ଼ାଉ କରି ୮,୨୦୦ ଟଙ୍କା ଜବତ କରିବା ସହ ୭ ଜଣଙ୍କୁ ଗିରଫ କରିିଛି। ଖଲ୍ଲିକୋଟ ଥାନା ଅତିରିକ୍ତ ଆଇଆଇସି ଅନିଲ କୁମାର ପରିଡ଼ା, ଏସଆଇ ହିମାଂଶୁ ଶେଖର ପାତ୍ର, କନଷ୍ଟେବଳ ରୁଦ୍ରପ୍ରସାଦ ଭଟ୍ଟମିଶ୍ର ଏବଂ ଅନ୍ୟ ପୋଲିସ କର୍ମଚାରୀ ଜୁଆ ଆଡ୍ଡାରେ ଚଢ଼ାଉ କରିଥିଲେ। ଅଞ୍ଚଳରେ ଜୁଆ ଖେଳକୁ ବନ୍ଦ କରିବା ପାଇଁ ଆଗକୁ ଏଭଳି ଚଢ଼ାଉ ଜାରି ରହିବ ବୋଲି ଶୁକ୍ରବାର ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ସୂଚନା ଦେଇଛନ୍ତି।

Share