ଛତ୍ରପୁର,୫।୯(ଡି.ଏନ୍.ଏ.): ଗଞ୍ଜାମ ଜିଲା ବ୍ରହ୍ମପୁର ଏମ୍କେସିଜି ପ୍ଲାଜମା ବ୍ୟାଙ୍କରେ କରୋନାରୁ ସୁସ୍ଥ ହୋଇଥି ଲୋକଙ୍କ ମଧ୍ୟରୁ ୨୦୧ ଜଣ ପ୍ଲାଜମା ଦାନ କରିଛନ୍ତି। ଅପରପକ୍ଷରେ କରୋନାରେ ଗୁରୁତର ୧୮୦ ଜଣଙ୍କୁ ପ୍ଲାଜମା ଥେରାପି ଦିଆଯାଇଛି। ସେଥିରୁ ୫୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏମ୍କେସିଜି ପ୍ଲାଜମା ବ୍ୟାଙ୍କ ଟିମ୍ଙ୍କ ଉତ୍ସର୍ଗିକୃତ କାର୍ଯ୍ୟ ଓ ପ୍ଲାଜମା ଦାତାଙ୍କ ସେବା ମନୋବୃତି କୋଭିଡ ୧୯ ଯୁଦ୍ଧ ଲଢ଼ିବାରେ ସହାୟକ ହେବ ବୋଲି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ କରି କହିଛନ୍ତି। ଛତ୍ରପୁର ଅଷ୍ଟମ ବାଟାଲିୟନର ସିପାହୀକେ ଯୁଧିଷ୍ଠିର ରାଓ ମଧ୍ୟ ପ୍ଲାଜମା ଦାନ କରିଛନ୍ତି।