Advertisement

ଗଞ୍ଜାମରେ କରୋନାରେ ଗୁରୁତର ୬୧ ଜଣଙ୍କୁ ଦିଆଗଲାଣି ପ୍ଲାଜମା ଥେରାପି

ଛତ୍ରପୁର, ୨୪।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନାରେ ଗୁରୁତର ୬୧ ରୋଗୀଙ୍କୁ ପ୍ଲାଜମା ଥେରାପି ଦିଆଗଲାଣି। ଜିଲାର ଶିତଳାପଲ୍ଲିସ୍ଥିତ କୋଭିଡ୍‌ ହସ୍ପିଟାଲରେ ଏହି ଗୁରୁତରମାନେ ଚିକିତ୍ସିତ ହେଉଛନ୍ତି। ଏ ନେଇ ଜିଲା କୋଭିଡ୍‌ ସେଲ୍‌ ପକ୍ଷରୁ ସୋମବାର ଟୁଇଟ୍‌କରି ସୂଚନା ଦିଆଯାଇଛି। ଆହୁରି ମଧ୍ୟ କୁହାଯାଇଛି ଯେ, ଜିଲାରେ ଥିବା ଏକମାତ୍ର ବ୍ରହ୍ମପୁରସ୍ଥିତ ଏମ୍‌କେସିଜିର ପ୍ଲାଜମା ବ୍ୟାଙ୍କରେ କରୋନାରୁ ସୁସ୍ଥ ୧୧୨ ଜଣଙ୍କ ପ୍ଲାଜମା ଗ୍ରହଣ ନେଇ ସ୍କ୍ରିନିଂ କରାଯାଇଥିଲା। ସେଥିରୁ ୭୭ ଜଣଙ୍କ ଠାରୁ ପ୍ଲାଜମା ୟୁନିଟ ସଂଗ୍ରହ କରାଯାଇଥିଲା।
ପ୍ରକାଶ ଯେ, ଜିଲାରେ ୧୪ ହଜାରରୁ ଊର୍ଦ୍ଧ୍ୱ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଲେଣି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel