ଗଞ୍ଜାମରେ ଧାନ ବିକିବା ପାଇଁ ୯୯.୬୪ ପ୍ରତିଶତ ଚାଷୀ କରିଛନ୍ତି ପଞ୍ଜିକରଣ

ଛତ୍ରପୁର, ୭।୯(ଡି.ଏନ୍‌.ଏ.): ଖରିଫ ଧାନ ସଂଗ୍ରହ ନିମନ୍ତେ ଚାଷୀଙ୍କର ପଞ୍ଜିକରଣ କାର୍ଯ୍ୟକୁ ମିଶନ ମୋଡରେ କରିବା ସକାଶେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଗତ ୨୯.୦୮.୨୦୨୦ରିଖ ବୈଠକରେ ଯୋଗାଣ ବିଭାଗ ଓ ସମବାୟ ବିଭାଗୀୟ ଅଧିକାରୀମାନଙ୍କୁ ଜଣାଇଥିଲେ। ଗତ ବର୍ଷ ଖରିଫ ଧାନ ନିମନ୍ତେ ୧ଲକ୍ଷ ୩୪ ହଜାର ୪୬୨ ଜଣ ଚାଷୀ ପଞ୍ଜିକରଣ କରିଥିଲେ। କରୋନା ପରିସ୍ଥିତି ଯୋଗୁ ଶତକଡ଼ା ୭୭ ପ୍ରତିଶତ ଚାଷୀଙ୍କର ପଞ୍ଜିକରଣ ହୋଇଥିଲା । ବର୍ତ୍ତମାନ ସମସ୍ତ ବିଭାଗୀୟ କର୍ମଚାରୀ ଓ ଅଧିକାରୀ ମାନଙ୍କର ଅହରହ ପ୍ରଚେଷ୍ଟା ଫଳରେ ଜିଲାର ସମସ୍ତ ବ୍ଲକରେ ୧ ଲକ୍ଷ ୩୩ ହଜାର ୯୭୬ ଜଣ ଚାଷୀ ପଞ୍ଜିକରଣ କରିସାରିଛନ୍ତି । ଯାହାକି ଶତକଡା ୯୯.୬୪ ପ୍ରତିଶତ। ସମସ୍ତ ପଞ୍ଜିକରଣ ଚାଷୀ ମାନଙ୍କର ତାଲିକା ସେମାନଙ୍କ ନିକଟସ୍ଥ ସେବା ସମବାୟ ସମିତି ମାନଙ୍କରେ ଉପଲବ୍ଧ କରାଯାଉଛି। ଯାହାକି ଚାଷୀମାନେ ସେମାନଙ୍କ ନାମ ତାଲିକା ଦେଖି ପାରୁଛନ୍ତି। ଶତପ୍ରତିଶତ ଚାଷୀମାନଙ୍କର ପଞ୍ଜିକରଣ ଯେପରି ହୋଇପାରିବ ସେଥି ସକାଶେ ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ଉମା ଶଙ୍କର ପତି, ଅତିରିକ୍ତ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର କୁମାର ମହାନ୍ତି. ଯୋଗାଣ ଅଧିକାରୀ ପୁଷ୍ପା ମୁଣ୍ଡା, ସମବାୟ ଉପ ନିବନ୍ଧକ ବ୍ରହ୍ମପୁର ଡିଭିଜନ ବିଶ୍ବ ରଞ୍ଜନ ଦାଶ, ସହକାରୀ ସମବାୟ ଉପ ନିବନ୍ଧକ ସୁକାନ୍ତ କୁମାର ପାଢୀ ପ୍ରମୁଖ ଚେଷ୍ଟା ଚଳାଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଗ୍ରାମ ହସ୍ପିଟାଲରେ ଭେଣ୍ଟିଲେଟରରେ ଥିବା ଏୟାର ହୋଷ୍ଟେସଙ୍କୁ ଯୌନ ନିର୍ଯାତନା

ନୂଆଦିଲ୍ଲୀ,୧୬।୪: ଗୁରୁଗ୍ରାମରରେ ଜଣେ ୪୬ ବର୍ଷୀୟ ଏୟାର ହୋଷ୍ଟେସ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଭେଣ୍ଟିଲେଟରରେ ଥିବା ସମୟରେ ଯୌନ...

୮୦ବର୍ଷୀୟ ବୃଦ୍ଧାଙ୍କୁ ବଳାତ୍କାର ଘଟଣା: ଦୋଷୀଙ୍କୁ ୨୦ବର୍ଷ ଜେଲ୍‌

କଟକ,୧୬।୪(ପ୍ରଭୁକଲ୍ୟାଣ ପାଲ୍‌): ୮୦ବର୍ଷୀୟ ବୃଦ୍ଧାଙ୍କ ବଳାତ୍କାର ଦୋଷୀଙ୍କୁ ହୋଇଛି ୨୦ବର୍ଷ ଜେଲ । ୨୦୨୨ରେ କଟକରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ୮୦ବର୍ଷୀୟ ବୃଦ୍ଧାଙ୍କୁ ବଳାତ୍କାର ଘଟଣାରେ...

ସରକାରୀ କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ, ଅଫିସ୍‌ ବିଳମ୍ବରେ ପହଞ୍ଚିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୧୫ା୪(ସୁଚିସ୍ମିତା ସାହୁ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ କର୍ମଚାରୀମାନେ ଠିକ୍‌ ସମୟରେ ଅଫିସ୍‌ ଆସୁନାହାନ୍ତି। ଫଳରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବାଧାପ୍ରାପ୍ତ ହେବା ସହ ବିଳମ୍ବ...

କେମିତି ମିଳିବ ନୂଆ LPG କନେକ୍ସନ, ଖର୍ଚ୍ଚରୁ ନେଇ ଆବେଦନ ଯାଏ; ଜାଣନ୍ତୁ ପୁରା ପ୍ରକ୍ରିୟା…

ନୂଆଦିଲ୍ଲୀ,୧୬।୪: ଭାରତରେ ରୋଷେଇ ପାଇଁ ଅନେକ ପରିବାର ପାଇଁ ଏଲପିଜି ଗ୍ୟାସ ସଂଯୋଗ ଏବେ ଏକ ଅତ୍ୟାବଶ୍ୟକ ସେବା ପାଲଟିଛି। ଯଦି ଆପଣ ଏକ ନୂତନ...

ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ପେଟପୁରା ଖାଦ୍ୟ ନ ଦେଇ ଚାଉଳ ବଳକାଇ ଆତ୍ମସାତ କରୁଛି ସୟଂସେବା ଗ୍ରୁପ

କେସିଙ୍ଗା,୧୬.୪(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ଅଧମୁଣ୍ଡା ଗ୍ରାମ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ, ଅନୁସୂଚିତ ଜନଜାତି,ଅନୁସୂଚିତ ଜାତି ଉନ୍ନୟନ ବିଭାଗର ବାଳକ...

ପାନୀୟ ଜଳ ସମସ୍ୟାକୁ ନେଇ ବିଡ଼ିଓଙ୍କୁ ଲିଖିତ ଅଭିଯୋଗ କଲେ ପୋଖରା ଗ୍ରାମବାସୀ, ସୋଲାର ପମ୍ପ ଟ୍ୟାଙ୍କ ଦାରା ପାନୀୟ ଜଳ ଯୋଗାଣ ପାଇଁ ଦାବି

ଥୁଆମୂଳ ରାମପୁର,୧୬।୪-(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ପଞ୍ଚାୟତ ସ୍ଥିତ ପୋଖରା ଗ୍ରାମରେ ପାନୀୟ ଜଳ ସମସ୍ୟାକୁ ନେଇ ବିଡ଼ିଓଙ୍କୁ ଲିଖିତ...

ଥଣ୍ଡା ଭଲ କରିବା ପାଇଁ ୪ବର୍ଷର ଶିଶୁକୁ ସିଗାରେଟ ପିଆଇଲେ ଡାକ୍ତର

ନୂଆଦିଲ୍ଲୀ,୧୬।୪: ଉତ୍ତର ପ୍ରଦେଶର ଜଲାଉନ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଓ ନିନ୍ଦନୀୟ ଘଟଣା ସାମ୍ନାକୁ ଆସିଛି। ଏକ ସାମୁଦାୟିକ ସ୍ବାସ୍ଥ୍ୟ କେନ୍ଦ୍ର (ସିଏଚସି)ରେ କାର୍ଯ୍ୟ କରୁଥିବା...

ରାସ୍ତାକଡ଼ ପାଉଁଶରେ ପଡି ଶିଶୁ ମୃତ୍ୟୁ ଘଟଣା: ଗିରଫ ହେଲେ ରାଇସ୍ ମିଲ୍ ମାଲିକ

ବରଗଡ଼,୧୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଅନ୍ତର୍ଗତ ମହୁଲେ ଅଞ୍ଚଳର ଏକ ରାଇସ ମିଲରୁ ନିଷ୍କାସିତ ଉତ୍ତପ୍ତ ପାଊଁଶ ଗୁଣ୍ଡରେ ପଡି ବଇପୁର ଗ୍ରାମରାଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image