କେବଳ ଗଞ୍ଜାମରେ କରୋନା ମୃତ୍ୟୁ ସଂଖ୍ୟା ଛୁଇଁଲା ୪୦୦

ଛତ୍ରପୁର,୧୬।୭(ଡି.ଏନ୍‌.ଏ.): ଅଡିଟ ପରେ ଗଞ୍ଜାମ ଜିଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ପୁଣି ଜିଲାର ଆଉ ୬ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ଏହା ଦିନକର ନୁହେଁ, ପୂର୍ବରୁ ହୋଇଥିବା ମୃତ୍ୟୁ ଘାଷଣା ହେଉଛି। କରୋନାର ଦ୍ୱିତୀୟ ଲହରରେ ଗଞ୍ଜାମ ଜିଲାର ୧୫୨ ଜଣଙ୍କ ଜୀବନ ଗଲାଣି।
ମିଳିଥିବା ସୂଚନାନୁସାରେ, କରୋନାର ପ୍ରଥମ ଓ ଦ୍ୱିତୀୟ ଲହରରେ ଏଯାବତ୍‌ ୪୦୦ଜଣଙ୍କ ମୃତ୍ୟୁ ଘଟିଛି । ଜିଲାରେ ଆଉ ୧୨ ଜଣ ଶୁକ୍ରବାର ପଜିଟିଭ ଚି଼ହ୍ନଟ ହୋଇଛନ୍ତି। ବର୍ତ୍ତମାନ ଜିଲାରେ ୧୦୯ ଜଣ କରୋନା ଆକ୍ଟିଭ କେସ ରହିଛି।

Share