ଛତ୍ରପୁର,୧୩।୪:(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ମଙ୍ଗଳବାର ଜିଲାରୁ ୮୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଜିଲାପ୍ରଶାସନ କଡ଼ା ପଦକ୍ଷେପ ନେଇଛନ୍ତି। ଏ ନେଇ ପୁଣି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ
ଗାଇଡ୍ଲାଇନ୍ ଜାରି କରିଛନ୍ତି। ଆସନ୍ତା ୧୪ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ଜିଲାର ସମସ୍ତ ଧାର୍ମିକ ଅନୁଷ୍ଠାନ, ପର୍ଯ୍ୟଟନସ୍ଥଳ, ବ୍ରହ୍ମପୁର ରାମଲିଙ୍ଗେଶ୍ୱର ପାର୍କ, ଗୋପାଳପୁର, ସୁନାପୁର ବେଳାଭୂମି, ତାମ୍ପରା ସମସ୍ତ ପାର୍କ ବନ୍ଦ ରହିବ।
ମେରୁ ଯାତ୍ରା ଓ ପଣା ସଂକ୍ରାନ୍ତିରେ ସର୍ବସାଧାରଣଙ୍କୁ ମନା ହୋଇଛି। ଏ ନେଇ ସରପଞ୍ଚଙ୍କ ସହଯୋଗ ଲୋଡିଛନ୍ତି ଜିଲାପାଳ।